STORYMIRROR

Anusuya Debta

Romance Tragedy

3  

Anusuya Debta

Romance Tragedy

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
205

ମାଗି ଥିଲି ଏକ ଠିକଣା ଦିନେ ମୁଁ

ବାଲ୍ୟ ବାନ୍ଧବୀକୁ ଯାଇ

କେଜାଣି କାହିଁକି ଦେଇଗଲା ମତେ

ନୂଆଁ ଠିକଣା ଟେ କହି।।

ଠିକଣା ଧରି ମୁଁ ପଚାରି ପଚାରି

ପହଞ୍ଚେ ପ୍ରେମ ରାଇଜେ

ଦେଖିଲି ସେଠାରେ ବାଲ୍ୟ ବାନ୍ଧାବିକୁ

ଚେତନା ମୋହର ହଜେ।।

କି ସୁନ୍ଦର୍ ତାର ମନଲୋଭା ବେଶ

ମନକୁ ନେଲା ମୋ ଟାଣି

ଓଠରୁ ତାହାର ମଧୁ ଝରୁଥିଲା

ଆଖି ଦେଉଥିଲା ହାଣି।।

ଦନ୍ତପନ୍ତି ତାର ଡାଳିମ୍ବ ର ବିଜ

ହସ ମୋନାଲିସା ପରି

ଚାଲିରେ ତାହାର ପଦ୍ମ ଫୁଟିଥିଲା

ସତେ ସ୍ଵର୍ଗ ଅପସରୀ।।

ମନରେ ମୋହର ଅସରନ୍ତି ପ୍ରଶ୍ନ

ଉଠଇ କ୍ଷଣ କୁ କ୍ଷଣ

ଦେଖୁଥିଲି ଯାକୁ ଶୈଶବ କାଳରୁ

ଆଜି ଲାଗେ ଅତି ବିଚକ୍ଷଣ।।

ଇନ୍ଦ୍ରିୟ ମୋହର ନିୟନ୍ତ୍ରଣ ଶୂନ୍ୟ

ହୋଇଲା କ୍ରମ କୁ କ୍ରମେ

କାମନା ମୋହର ବାସନ ପିପାସା

ପଡ଼ିଗଲି ତାର ପ୍ରେମେ।।

ଶୁଣିଥିଲି ଦିନେ ପ୍ରେମି ପାଗଲାଠୁ

ପ୍ରେମ ଯେ ଅମଡ଼ା ବାଟ

ସେ ଅମଡ଼ା ବାଟେ ଥରେ ପଡା ଦେଲେ

ଆତ୍ମା ପାଏ ବହୁ କଷ୍ଟ।।

ତଥାପି ସେ ବାଟେ ପାଦ କାଢି ଦେଲି

ପ୍ରେମରେ ପାଗଳ ହୋଇ

ଧରା କୁ ସାରା ମୁଁ ମଣିନେଇଥିଲି

ଗଲି ଟା ପଛରେ ଧାଇଁ।।

ପ୍ରେମ ସୁଧାରସ ପିଇବାକୁ ନିତି

ପ୍ରେମିକା ପାଗଳ ସାଜେ

ମରୀଚିକା ପଛେ ଧାଉଁଥିଲି ସିନା

ବିବେକ ମୋହର ହଜେ।।

କିଛି ଦିନ ଅନ୍ତେ ସେହି ପ୍ରେମ ମତେ

ଦେଇଗଲା ପ୍ରତାରଣା

ଜାଣିଲି ସେ ଦିନ ଦେଇଥିଲା ଯାହା

ଥିଲା ସେ ଭୁଲ୍ ଠିକଣା।।


Rate this content
Log in

Similar oriya poem from Romance