STORYMIRROR

Anusuya Debta

Inspirational

3  

Anusuya Debta

Inspirational

ମାଟି

ମାଟି

1 min
243

ଦୁଇଟି ଅକ୍ଷର ନେଇ ଗଢ଼ା ଏଇ ମାଟି

ଅର୍ଥ ବହୁତ୍ ବଡ

ଯେ ବୁଝି ପାରେ ଅର୍ଥ ଏହାର

 ଗଢେ ପ୍ରାସାଦ ବଡ଼।।

 ମାଟି ର ମୂଳ ଦେଇ କେ ପାରେ

ହେଉ ଯେତେ ବା ଧନୀ

ଯେ ବୁଝିପାରେ ଏହାର ମୂଳ ତାକୁ

ଜ୍ଞାନୀ ଗଣରେ ଗଣି ।।

ଏହାର ବକ୍ଷୁ ଝରେ ଅମୃତ

 ସିରରୁ ଝରେ ମଣି

ଗର୍ଭରେ ତାର ରହିଛି ଭରି

ହିରା ନିଲାର ଖଣି।।

 ସର୍ବତ୍ର ମିଳେ ମାଟି ସମ୍ବଳ

ଗୁଣ ତାହାର ଭିନ୍ନ

ଗୁଣ ଗ୍ରାହି ହିଁ ଗୁଣ କୁ ଚିନ୍ନେ

ଧର୍ମ ଅଟେ ଅଭିନ୍ନ।।

ପରିଶ୍ରମ କରି କଲେ କର୍ଷଣ

ଅଜାଡ଼ି ଦିଏ ଶସ୍ୟ

ଅଳସୁଆ ଟି ପାଏରେ ଦୁଃଖ

ସର୍ବେ ଜାଣନ୍ତି ଅବଶ୍ୟ।।

ଜୀବନ ଦାନ କରାଏ ନୀତି

ଦେଇ ଶୀତଳ ଜଳ

ଶସ୍ୟ ର ଦାନା ଉଦରେ ଗଲେ

ମିଳଇ ବହୁ ବଳ।।

ଅଜ୍ଞାନୀ କାହୁଁ ବୁଝିବ ଅବା

ମାଟି ଆମର ମାଆ

କୋଳରେ ତାର ସରଗ ସୁଖ

ହୁଏ ଆମର ସାହା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational