ଅମାବାସ୍ୟା
ଅମାବାସ୍ୟା
ଆଜି ଯାହା ଅଛି କାଲିକୁ ନାହିଁ
ଜୀବନରେ ପରା ସତ୍ୟତା ଏହି l
ହସିବା କାନ୍ଦିବା ଜୀବନ ରୀତି
ସହିବାକୁ ହୁଏ ଦୁଃଖର ତାତି l
ଆସିଯାଏ କେବେ ଚାନ୍ଦିନୀ ରାତି
କେତେବେଳେ ପୁଣି ନିଶାର୍ଦ୍ଧ ଭୀତି l
ଚାନ୍ଦର ଚାନ୍ଦିନୀ ସୀମିତି ପରି
ଅମାବାସ୍ୟା ପୁଣି ଆସେ ସେପରି l
ଜୀବନରେ ଆସେ ଏପରି ସ୍ଥିତି
ଦୁଃଖ ସୁଖ ପୁଣି ଆସେ ସେମିତି l
ଗରବ କରିବା କେଉଁ କଥାକୁ l
ଦୁଇ ଦିନର ଏ ଜୀବନ ଟିକୁ l
ଜନମ ମରଣ ଯେମିତି ସତ
ଜୀବନରେ ଲାଗି ରହି ଥାଏ ତ l
