ଅନ୍ଧାର ର କଥା
ଅନ୍ଧାର ର କଥା

1 min

257
ଅତୀତକୁ ହାତଠାରି
କେଇଥର ପରଖି ନେଇଛି
ନିଜ ଆଉ ପର
ପର ଆଉ ନିଜ ।
ସମସ୍ତେ ବି ବେଖାପ ଲାଗନ୍ତି ଏ ସଂସାରରେ,
ବେଳେ ବେଳେ ଏମିତି ହୁଏ
ଗୋଡ଼ତଳର ମାଟି ଖସିଯାଏ
ବିନା ଭୂମିକମ୍ପରେ,
କେଉଁ ଆଦିମ କାଳରୁ
ରହିଯାଇଛି ବିଡମ୍ବନା,
ନିଜ ଛାଇ ବି
ନିଜକୁ ଡର ଲାଗେ,
ଶବ୍ଦମୟ ଏ ସଂସାର ଭିତରେ,
ରଥ ଚକ ତଳେ କେଇବାର
ଦଳି ଚକଟିବାକୁ ହୁଏ
ସମୟର ସ୍ୱର ସବୁ
ବେସୁରା ଲାଗେ
ଆଖିତଳେ l