ମାଣବସା
ମାଣବସା
ଆମ ମାଲମୁଣ୍ଡ କିଆରିର
ଧାନ ପାଚିଗଲେ
ହୁଏ ଲକ୍ଷ୍ମୀ ଓସା
ନାମ ମାଣ ବସା।
ଠାକୁରାଣୀ ପୋଖରୀର କାଚକେନ୍ଦୁ ପାଣି
ନୂଆବୋଉ ସ୍ନାନକରେ
ସତେକି ଆଇମା କାହାଣୀ ।
ଗୋବର ଲିପା ଘରକୁ ଛାଇ
ଆହୁରିସୁନ୍ଦର କରି
ଲିପିଥାଏ ଲକ୍ଷ୍ମୀ ପାଦଚିତା ଝୋଟିଦେଇ।
ବୋଉ ,ଢିଅ ମାରୁଥାଏ
ନୂଆବୋଉ ସହ
ମାଣଓଷା ବହିବୋଲା ବେଳେ
ସକାଳେ ଖରାବେଳରେ
ଆଉ ସନ୍ଧ୍ୟା ବେଳେ।
ପ୍ରଥମେ ଛେନା କଦଳୀ
ଦ୍ୱିତୀୟେ ଶଂଖୁଡି
ସନ୍ଧ୍ୟା ପରେ ଭୋଗଲାଗି
କରୁଥାଏ ଖୁଡି।
ସବୁଠାରୁ ବିଶ୍ୱାସ ର
କଥା ମାଣବସା
ଓଷାନୁହେ ,ଓଡ଼ିଆ ଙ୍କ ଅସ୍ମିତାର କଥା ।
