STORYMIRROR

Puspanjali Panda

Abstract

3  

Puspanjali Panda

Abstract

ମାଣବସା

ମାଣବସା

1 min
240

ଆମ ମାଲମୁଣ୍ଡ କିଆରିର

ଧାନ ପାଚିଗଲେ

ହୁଏ ଲକ୍ଷ୍ମୀ ଓସା

ନାମ ମାଣ ବସା।

ଠାକୁରାଣୀ ପୋଖରୀର କାଚକେନ୍ଦୁ ପାଣି 

ନୂଆବୋଉ ସ୍ନାନକରେ

ସତେକି ଆଇମା କାହାଣୀ ।

ଗୋବର ଲିପା ଘରକୁ ଛାଇ

ଆହୁରିସୁନ୍ଦର କରି

ଲିପିଥାଏ ଲକ୍ଷ୍ମୀ ପାଦଚିତା ଝୋଟିଦେଇ।

ବୋଉ ,ଢିଅ ମାରୁଥାଏ

ନୂଆବୋଉ ସହ

ମାଣଓଷା ବହିବୋଲା ବେଳେ

ସକାଳେ ଖରାବେଳରେ

ଆଉ ସନ୍ଧ୍ୟା ବେଳେ।

ପ୍ରଥମେ ଛେନା କଦଳୀ

ଦ୍ୱିତୀୟେ ଶଂଖୁଡି

ସନ୍ଧ୍ୟା ପରେ ଭୋଗଲାଗି

କରୁଥାଏ ଖୁଡି।

ସବୁଠାରୁ ବିଶ୍ୱାସ ର

କଥା ମାଣବସା 

ଓଷାନୁହେ ,ଓଡ଼ିଆ ଙ୍କ ଅସ୍ମିତାର କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract