ବୟସ୍ମା ପ୍ରେମ
ବୟସ୍ମା ପ୍ରେମ
ସେଦିନ ଭାସି ବୁଲୁଥିଲା
ତୁମ ମୁହଁ ରେ
ଭସା ବାଦଲ ର ଲାଲିମା ।
ଆଜି ଲାଲିମାର ଲାଲି ନାହିଁ ସତ,
ଅଛି ରୂପା ଥାଳିଆ ଜହ୍ନର ଜୋଛନା।
ତମେ ଆଉ ମୁଁ ସେଦିନ
ନିର୍ଜନ ବେଳା...!
ତମ ପାଦର ନୂପର ରୁଣୁ ଝୁଣୁ
ମନ ଖୁସୀରେ ପୁରି ଉଠୁଥିଲା ।
ଆଜି,ବି ନିର୍ଜନ,ଏକାନ୍ତ ସମୟ ଅଛି
ତମ ଥୁରୁଥୁରୁ ହାତର ଚାହା କପ୍ ର
ମହକରେ ମୁଁ ଏବେବି ମତୁଆଲା,
ମୋ ବୟସ୍କ ମନ ହେଇଉଠେ ଚଗଲା।
ପ୍ରେମର ବୟସ! ସେତ ସବୁବେଳେ ଜବାନ
ଜୀବନ ତମାମ୍।
ତମ ଫିସ୍ ଫିସ୍ କଥା ସେଦିନର ବୁଝି ପାରୁଥିଲି ,
ଏବେତ ଆହୁରି ଅସ୍ପଷ୍ଟ,
ତଥାପି ,ବୁଝିବାରେ ଭୁଲ୍ ହୁଏନା
ବୟସ ବଢିଚାଲୁଥୀଲେବି
ଆମ ପ୍ରେମ କମ୍ ହୁଏନା ।
ଏତ ବଢୁଛି ଦିନକୁ ଦିନ
ରଙ୍ଗୀନ ପ୍ରଜାପତିର ଡେଣା ମେଲେଇ,
ତମେ ଯାଣିଛ ,ମୁଁ ଯାଣିଛି
ଆମ ଶେଷ ଦିନ ଆସୁଛି ପାଖେଇ ।

