STORYMIRROR

Puspanjali Panda

Classics

4  

Puspanjali Panda

Classics

ମା ଦୁର୍ଗା

ମା ଦୁର୍ଗା

1 min
288


ଦୁର୍ଗତିନାଶିନୀ ହେ ମା ଦୁର୍ଗା

ଆଦ୍ୟା କୁଣ୍ଡଳିନୀ ଶକ୍ତି

ଯୋଗ ସଂହିତା ରେ ସାଂଖ୍ୟଦର୍ଶନରେ

ପ୍ରକୃତି ମା ପରାଶକ୍ତି।


ତୁମେ ମା ସମର୍ଥା ମା ତ୍ରିଗୁଣାତିତା

ବ୍ରହ୍ମ ବିଦୂଷୀ ବ୍ରହ୍ମାଣୀ

ଦେବୀ ସୂକ୍ତ ତନ୍ତ୍ର ଶ୍ରୀ ଚଣ୍ଡୀ ମନ୍ତ୍ର

ମା ଗୋ ମହିଷାମର୍ଦ୍ଦିନୀ।


ପୁଣ୍ୟଷୋଧି ମହା ତୋଜୋମୟ ଜ୍ୟୋତି

ଚିର ଜାଗରୁକ ଗୌରୀ

ଆଶ୍ୱିନ ଶରତ ପ୍ରଣାମୀ ବାଢୁଛି

ଶୁଭ୍ର କାଶତଣ୍ଡୀ ଧରି ।


ଶୈଳପୁତ୍ରୀ ଉମା ବ୍ରହ୍ମଚାରିଣୀ ମା

ଆସ ଚନ୍ଦ୍ରଘଣ୍ଟା ହୋଇ

ସ୍କନ୍ଦମାତା କୁଷ୍ମାଣ୍ଡା କାତ୍ୟାୟିନୀ ଦେବୀ

କାଳରାତ୍ରି ମା ଗୋ ଶ୍ରୀ ମୟୀ।


ଦେବୀ ମହାଗୌରୀ ମୁକ୍ତି ପ୍ରଦାୟିନୀ

ସତ୍ୟ ପଥ ପ୍ରଦର୍ଶିନୀ

ଜନ୍ମ ମୃତ୍ୟୁ ଚକ୍ର ହାରିଣୀ ତାରିଣୀ

ଶୁଭପ୍ରଦା ବିଜୟିନୀ।


ମନ ବୁଦ୍ଧି ଚିତ୍ତ ଅହଂ ଚତୁଷ୍ଟୟ

ଉଆଁସ ହୁଅଇ ଦୁର

ଆସ ମା ଦୁର୍ଗ ଦୁର୍ଗତି ନାଶ ହେ

କଣ୍ଠେ ଆବାହନୀ ସୁର।


ଆଗମନେ ତବ ଜୀବନ ସଞ୍ଚାର

ସନ୍ତାପିତ ପ୍ରାଣ ତୁଷ୍ଟ

ଏ ପାପ ନେତ୍ରରେ କମ୍ପିତ ଗାତ୍ରରେ

ଦିବ୍ୟ ଦର୍ଶନ ଅଭିଷ୍ଟ।


ଦୁର୍ଗତି ରୁ ରକ୍ଷା କର ବୋଲି ଦୁର୍ଗା

ତୁମ ସୃଜନର ଛଟା

ଶୋଭା ବିମଣ୍ଡିତ କରୁଣା ଆଶ୍ରିତ

ଦୁର ହୁଏ ଘନ ଘଟା ।


ପ୍ରାଣ ବ୍ୟାକୁଳିତ ମନ ବିଚଳିତ

ଦୁର୍ଗମ ଏ ଧରା ଧାମେ

ଆସ ଅବତରି ଦଶଭୂଜା ଧରି

ଧ୍ୱଜା ଉଡୁ ଦୁର୍ଗା ନାମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics