STORYMIRROR

Puspanjali Panda

Comedy

3  

Puspanjali Panda

Comedy

ଗାଁ କଥା

ଗାଁ କଥା

1 min
263

କଖାରୁ ଡ଼ଙ୍କ ପତର

ନୂଆବୋହୁ ପାଦେ ରଙ୍ଗ ସୁନ୍ଦର

ତାକୁ ବୟସ ପରା ଅଠର।


ଚୁଲି ଝିଙ୍କା ଠିଆ ଠିଆ

ବୁଢ଼ୀମା ରାନ୍ଧିଛି

ଖରଡା ଶାଗ ଲୋ

ପଖାଳ କଂସାଏ ଖାଆ।


ଧୂଆଁ ଉଠେ ଚାଳ ଘରୁ

ବାଉଁଶ ପତର ଯେ ସରୁ ସରୁ

ମଶା ଡାଆଂଶ ବଉଁଶ ମରୁ।


ନିମ କଲରା ର ପିତା

ଖାଇଲେ ଦେହ କୁ ହିତ ଯାଣି ଥା

ବୁଝ ନ ବୁଝ ପଢ ରେ ଗୀତା।


ଚୁଆ ଚନ୍ଦନ ର ଚିତା

ଶୋଭା ତ ବଢାଏ ଅଜା ଙ୍କ ମଥା

ନିର୍ମାଲ୍ୟ ପରେ ଯା କାମର କଥା।


ଅଜାଙ୍କ ବଙ୍କୁଲି ବାଡ଼ି

ଖରାଦିନେ ତୋଟା ମାରେ ଘୁଙ୍ଗୁଡ଼ି

ଅଜା ଆମ୍ବ ତୋଳେ କରି ରଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy