Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

3  

Puspanjali Panda

Abstract

SMBOSS#3ଅସମାପ୍ତ ଅନ୍ୱେଷଣ

SMBOSS#3ଅସମାପ୍ତ ଅନ୍ୱେଷଣ

1 min
161


କାଳରାତ୍ରି ର ଅଲିଭା ଦାଗ କୁ 

ଲିଭାଇବା ମତେ ତ ଆସୁନି

ଅଭିନୟ କରି ଯାଉଅଛି ହାରି

ଲୁହ କୁ ଲୁଚାଇ ତ ପାରୁନି।

ଆଜିକିଆଁ ସ୍ମୃତି ମତେ ଡ଼ରାଉଛି

ଅସମାପ୍ତ ଏ ଅନ୍ୱେଷଣ

ନିଃସଙ୍ଗ ମନର ଅନେକ ଯନ୍ତ୍ରଣା

ଫଗୁ ରଙ୍ଗହୀନ ଏଫଗୁଣ।।

ଈଶ୍ୱର ସୃଷ୍ଟିରେ ପ୍ରଶ୍ନବାଚୀ ମୁଁp

ବିଭ୍ରମିତ ଭାବନାରେ ହଜି

କୋମଳ କାରୁଣ୍ୟ ଜୀବନ ଜିଞାସା

ସ୍ନେହ ପ୍ରେମ ଡୋର ହୁଏଖୋଜି।

ତୁମ ଆତ୍ମିୟତା ସଂପର୍କ ର ଡୋର

ହଜିଗଲା ତୁମ ଗଲାପରେ

ହୃଦୟ ଫାଟକ ମେଲାକରିଦେଲେ

ଏବେବି ପ୍ରିୟ ଏ ମନଝୁରେ।।

ତୁମେ ନଥିବାର ଏ ଅଲୋଡା ସଂସାର

ଲାଗୁଅଛି ମତେ ତ ଜହର

ପ୍ରିୟତମ ଶୋକ ସାଗରେ ଭାସୁଛି

ବହୁନାହିଁ ସୁଖର ସମୀର।

ତଥାପି ଆଶା ର ମଉଳା ଫୁଲରେ

ପାଖୁଡା ମେଲୁଛି ତୁମପାଇଁ

ତୁମେକହିଥିଲ ମୋ ହସ ଦେଖିଲେ

ହସୁଥିବ ସେ ପୁରରେ ରହି।।


Rate this content
Log in

Similar oriya poem from Abstract