STORYMIRROR

Puspanjali Panda

Tragedy Inspirational Others

3  

Puspanjali Panda

Tragedy Inspirational Others

ତଥାପି ଆଶା ଫେରୁଛି

ତଥାପି ଆଶା ଫେରୁଛି

1 min
232


ସବୁକେମିତି ଖାଁ ଖାଁ

ନିରବତା ର ରାଜୁତି

କେହି ନାହିଁ ଦିପଦ କଥାହେବି

କାହାକଥା ଶୁଣିବାକୁ ଅନାଇ ବସିଛି।

ପୂର୍ବରୁ ପଶ୍ଚିମ କି ଉତ୍ତର ଦକ୍ଷିଣ

ଓହ୍ଲାଇ ଯାଇଛି ସୁଖର ଉତ୍ତରଣ

କୋଳାହଳ ଗହଳ ଚହଳ

ସବୁ କିଛି ନୀରବି ଯାଇଛି।

ହଠାତ୍ ,ବଦଳିଯାଉଛି

ଆକାଶ ,ମାଟି ,ପାଣି ପବନ

ଏତେ ବିଷଯୁକ୍ତ!

ଆଗରୁ ତ ନଥିଲା..!

ସତେକଣ ଝଡ଼ର ପୂର୍ବାଭାସ !

ନିଥର ପୃଥିବୀରେ

ସଞ୍ଚରିଯାଉଛି ବିଷ?

ନୀଳକଣ୍ଠ ଆଶ୍ରିତ ଏ

ମାନବ ସଭ୍ୟତା

ହେଇପାରେ ପୁନରୁଦ୍ଧାର

ସବୁକିଛି ର

ହୋଇପାରେ ଅମୃତ ର ବର୍ଷା।

ଆଶାବାଦୀ ଏ ମଣିଷ

ହେବନାହିଁ ଆଶାଶେଷ

ଅନନ୍ତ କାଳରୁ

ଏଇ ପୃଥିବୀରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy