STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ନାଲି ରକ୍ତ

ନାଲି ରକ୍ତ

1 min
169


ବିଶାଳ ପୃଥିବୀ କୋଳରେ ମାନବ,

ପ୍ରାଣୀ ଜଗତର ବୁଦ୍ଧିମାନ ଜୀବ ।

ଦେଶ ପ୍ରାନ୍ତ ଭାଷା ଖାଦ୍ୟ ପେୟ ଭିନ୍ନ,

ଭିନ୍ନ ବେଷ ଭୂଷା ରୁଚି ରୂପ ବର୍ଣ୍ଣ ।।


ଅଭିନ୍ନ ସଭିଙ୍କ ଶରୀର ଗଠନ, 

ନାଲି ରକ୍ତ ଏକ ନାହିଁ ପରାଭିନ୍ନ।

ଦଳ ମେଳ ହୋଇ ସମାଜ ଗଢ଼ନ୍ତି,

ଦେଶ ସମାଜରେ ଥାଏ ଅନୁରକ୍ତି।।


ଅଭିମାନ ଭାଷା ବିଜ୍ଞାନ ସାଧନ,

ବିଭେଦ କରାଏ ଦେଶ ଧର୍ମ ମାନ।

ଈର୍ଷା ଦ୍ବେଷ ହିଂସା ପରାୟଣ ହୋଇ,

ଜାତି ସମ୍ପ୍ରଦାୟ ଦେଶରେ ଲଢ଼େଇ।।

 

ହୀନ ରାଜନୀତି ଦଂଗା ଗୃହଯୁଦ୍ଧ,

ଅନର୍ଥ ଆତଙ୍କ ଧର୍ମର ଜିହାଦ ।

ବାଳ ବୃଦ୍ଧ ଯୁବା ନାରୀ ହୋଇ ହତ,

ବହେ ରକ୍ତ ନଦୀ ଶବର ପର୍ବତ ।।


ହେଉ ଯେଉଁ ଜନଜାତି ସମ୍ପ୍ରଦାୟ ,

ନାଲି ରକ୍ତ ପ୍ରାଣୀ ପ୍ରାଣ ପରିଚୟ।

ମୃତ ଶରୀରର ଧର୍ମ ବର୍ଣ୍ଣ ନାହିଁ ,

ମାଟିରୁ ଆସିଛି ମାଟିରେ ମିଶଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract