Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics Fantasy

4  

Pradeep Kumar Panda

Abstract Classics Fantasy

ପଖାଳ ପୁରାଣ

ପଖାଳ ପୁରାଣ

1 min
7


ଶୁଣ ଶୁଣ ଶୁଣ ସର୍ବେ ପଖାଳ ପୁରାଣ l

ପଖାଳଖାଇ ହୋଇବ ବଡ଼ ବଳବାନ ll

ପଖାଳ ଖାଇଲେ ଯେଣୁ କୁଇନ୍ତା ନନ୍ଦନ l

ଭୂଜା ଉପାଡ଼ିଲେ ଧରି ଦୁଷ୍ଟ ଦୁଃଶାସନ ll

ବିଦୁରଙ୍କ ଭକ୍ତିଭାବେ ହୋଇଣ ବାଉଳା l

ଶାଗପଖାଳ ଭକ୍ଷୀଲେ ଅର୍ଜୁନଙ୍କ ଶଳା ll

ବିଜେକରି ପ୍ରଭୁ ପୁଣି ପୁଣ୍ୟ ନୀଳାଚଳ l

ମାଗି ଖାଇ ଥାନ୍ତି ସବୁ ଓଡ଼ିଆ ପଖାଳ ll

ପଖାଳ ଖାଇ ଅଞ୍ଜନୀ ମାରୁତି ନିଶଙ୍କା l

ସିନ୍ଧୁଲଙ୍ଘି ଭସ୍ମକଲେ ସ୍ଵର୍ଣ୍ଣମୟୀ ଲଙ୍କା ll

ପଖାଳ ମହିମା କେହୁ ବର୍ଣ୍ଣନେ ସମର୍ଥ l

ବର୍ଣ୍ଣନାକରି ଲେଖିଲି କେଇପଦ ଗୀତ ll

ପ୍ରଭୁଙ୍କର ନାମ ନେଲି ହେଲି ଅପରାଧୀ l

ଦୋଷଘେନା ନକରିବ ସୋଦର ସମୁଦୀ ll

ଗରିବର ସାଥି ମୋର ଆମ୍ବିଳା ପଖାଳ l

ଗରିବବନ୍ଧୁଙ୍କ ସଙ୍ଗେ କି କରିବି ଗୋଳ ll

ବସନ୍ତ ଟଳିଲା ଏବେ ବହିଲାଣି ଝାଞ୍ଜି l

ପଖାଳ ତୋରାଣି ଭାଇ କରିଥିବ ପୁଞ୍ଜି ll


Rate this content
Log in

Similar oriya poem from Abstract