STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଓଡ଼ିଆ

ଓଡ଼ିଆ

1 min
15

ଆଉ ନ କର କାହା ଆଗେ ଗୁହାରି 

ନିଜେ ନ ମଲେ କିବା ମିଳେ ଶ୍ରୀହରି,

ରାମାୟାଣେ ବୋଲା କୁହ ମହାଭାରତେ 

ଖାର ବେଳ ଚକ୍ରବର୍ତୀ କଳିଙ୍ଗ ରଥେ I


ଲାଙ୍ଗୁଳ ନରସିଂହ ସୂର୍ଯ୍ୟ ମନ୍ଦିର କଲେ 

ଅନନ୍ତ ଯଶବନ୍ତ ଜ୍ଞାନ ଚରମ ଦେଲେ,

ଏମିତି ଜ୍ଞାନ ଥାଇ ଶୂନ୍ୟ କାହିଁକି ହେଲେ 

ନିଶ୍ଚୟ ନିଶ୍ଚୟ କର ବୁଝି ବିଚାରି I


ମୁଗଲ ମରାଠା ଇଂରେଜ ଆସିଲେ 

ମା ଦେହ ମନ ସେ ଖଣ୍ଡିଆ କଲେ,

ଲଢ଼ିଲେ ମଧୁ ବାବୁ ଦେଶ ଏକାଠି କଲେ 

ଫକୀର ସେନାପତି ନୂଆ ସାହିତ୍ୟ ଦେଲେ I

ଦାସେ ଆପଣେ ସଦା ଲୋକଙ୍କ ସାଙ୍ଗେ ଥିଲେ 

ନ ଯାଅ ନ ଯାଅ ନ ଯାଅ 

ନ ଯାଅ ତାଙ୍କୁ ତୁମେ ପାଶୁରି ।


ମାଙ୍କୁ ପାଇଣ ଓଡ଼ିଆଏ ନାଚିଲେ 

ଓଡିଶା ଦିବସ ଖୁସି ଖୁସି ପାଳିଲେ 

ଭାଷାକୁ ନେଇ ରାଜ୍ୟ ଗଡିଥ ଆମେ ଥିଲେ 

ଭାଷାର ପରିଣତି ଗଣ କରି ଦେଲେ 

ଯତନ କେତେ କରି ମିଳିଛି ମା ହେଲେ 

ମନଟା ମନଟା ମନଟା 

ମନଟା ମିଳି ନାହିଁ କାହାରି

ଆଉ ନ କର କାହା ଆଗେ ଗୁହାରି 

ନିଜେ ନ ମଲେ କିବା ମିଳେ ଶ୍ରୀହରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract