STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ସହର

ସହର

1 min
251


ଏଇ ସହର

ଭୁବନେଶ୍ବର


ଏଠି ରାତି ହୁଏ

ଦିନ ବି

ଏଠି ବର୍ଷା ହୁଏ

ଶୀତ, ଖରା ବି


ଏଠି ରାସ୍ତାରେ 

ହତ୍ୟା ହୁଏ

ଧର୍ଷଣ, 

ଅପମୃତ୍ୟୁ ବି

ଏଠି ପଚା ପରିବା

ତଟକା ବି

ଏଠି ଦେହ ମିଳେ

ଦୁନିଆ ବି


ଏଠି ସହରୀ

ଏଠି ବଜାରୀ

ଏଠି ହଜାରୀ

ଏଠି ନଉକରୀ

ଏଠି ପାଇକାରୀ


ଏଠି ମନ୍ଦିର

ଏଠି କନ୍ଦର

ଅଭାବ କିନ୍ତୁ

ପୂଜ୍ୟ ପୂଜାର


ସଭ୍ୟତା 

 ପାରିତୋଷର

ହାଣୁଛି ଶିର

ବାରମ୍ବାର

ଗରୀବର 


ଏଠି ଦର୍ଶନ

ଏଠି ପୁରାଣ

ଏଠି ନବୀନ

ଏଠି ପ୍ରାକ୍ତନ


ସବୁ ଫେଣ୍ଟାଫେଣ୍ଟି

ଶ୍ବାସଋଦ୍ଧ

ଚିପି ହୋଇଯାଏ

ପଛୁଆଙ୍କ

ତଣ୍ଟି ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract