STORYMIRROR

Pradeep Kumar Panda

Classics Inspirational Children

4  

Pradeep Kumar Panda

Classics Inspirational Children

ମା

ମା

1 min
19

ଗପ ଗପ କହି କହି ଲକ୍ଷେ ଜହ୍ନକୁ

ଆଣି ମୋ ହାତେ ଧରେଇ ଦଉ

କାହାର ନଜର ଲାଗିବା ଆଗରୁ

  ତୁ ମତେ ଘୋଡ଼େଇ ଦଉ


   କାଳକାନ୍ହୁ ମୁ ତୋର

ତୁ ଯଶୋଦା ପରି ମା ମୋର

 ତୋ ଗର୍ଭରୁ କାଢି ମତେ

ଆଣି ଦେଖେଇଲୁ ରେ ସଂସାର


ତୋ ହାତ ମୋ ମଥାରେ ରହିଥିଲେ

ପାଦ ଧୁଳି ତୋର ନଉଥିଲେ

 ମୁଁ କିଛି ଖୋଜିବିନି

ମା ତୋ ବିନା ମୁ ରହିପରିବିନି


ସିଂହାସନରେ ବସିବାକୁ କରେ ଯେ ଲୋଭ

ସିଏ ମା କୋଳରେ ବସିବାରେ ଜାଣିନୀ ଲାଭ

ନମିଳୁ ପଛେ ମୋ ଭାଗ୍ୟରେ ଟିକିଏ ଶୁଭ

ମୋ ପାଖରେ ଥିଲେ ମା ଲୋ ମୋର ହଜାରେ ଲାଭ


    ତୋ ପଣତେ ଅଛି ମୋର

    ବୋଧେ ଝୁଲଣାର ନିଦଘର

    ସେ ପଣତେ ଶୋଇଗଲେ

   ଦୁଖ ଲାଗେ ସୁଖ ପରି ମୋର


   କଥା ସବୁ ତୋର ମିଠା ମିଠା

  ମିଠା ମିଠା ପୁଣି ଏତେ ମିଠା

     ମୁ କହିପରିବିନି

ମା ତୋ ବିନା ମୁ ରହି ପରିବିନି 


ତୋ ଆଖି ତାର ଆଜି ତତେ ଝୁଡ଼ୁଛି ପରା

ଖରାବାଜିଲେ ଦଉଥିଲୁ ମତେ ତୁ ଛାଇ

ମତେ ମଣିଷ କରି ଗଲୁ ତୁ ଫେରି

    କାହା ଲୋ କାଇଁ


   ଶୁଣିଥିଲି ଗଛ ଥିଲେ

ଡାଳ ଆପେ ଆପେ ହବ କଅଁଳି

  ଏ ପୃଥିବୀ ଚାହେଁ ନାହିଁ

ମୋତେ ଲୋଡ ଖାଲି ମୋ ମା


ପାଉଁଶ ତଳୁ ଉଠି ଆରେ ଫେରି

ଧନ ଧନ ମତେ କହରେ ଥରେ

ମୁଁ ଜମା କାନ୍ଦିବିନି

ମା ତୋ ବିନା ମୁ ରହି ପାରିବିନି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics