STORYMIRROR

Papu parida

Abstract Others

3  

Papu parida

Abstract Others

ଏଇ ମାଟି ମୋ ମା'

ଏଇ ମାଟି ମୋ ମା'

1 min
297


ପୂରୁବ ଆକାଶେ      ସୁରୁଜ ଉଇଁଲେ

      ଦିନର ଆରମ୍ଭ ହୁଏ

ଘରର ଘରଣୀ       ଘରକୁ ସଜାଡି

      ତୁଳସୀରେ ଧୂପ ଦିଏ।


କୃଷକ ଭାଈ ମୋ     ପକାଇ ପଖାଳ

     ଚାଲିଯାଏ ତା କ୍ଷେତକୁ

ଅତି ଯତନରେ       ଫଳାଏ ଫସଲ

      ସର୍ବକ୍ଷୁଧା ନାଶିବାକୁ।


ଏ ମାଟିର କାହାଣୀ ଅଟଇ ନିଆରା 

ଭାରତୀ ତା'ରି ନାଆଁ........

ଏଇ ମାଟି ମୋ ମା'......


ସନ୍ଧ୍ୟା ଆଗମନେ     ନାନାଦି ବିହଙ୍ଗ

      ଫେରନ୍ତି ନିଜ ବସାକୁ

ପଶ୍ଚିମ ଆକାଶେ    ସନ୍ଧ୍ୟାର ସେ ଦୃଶ୍ୟ

      କିଣିନିଏ ଏ ମନକୁ।


ବୀରତ୍ବ ସାହସ      କେତେ ବଳିଦାନ

      ଦେଖିଛି ଏହି ଧରଣୀ

ବିକାଶର ପଥେ       ଅଗ୍ରସର ଏବେ

   ଲେଖୁଛି ସେ ନୂଆଁ କାହାଣୀ।


ମାଟି ନୁହେଁ ସେ ଆଶା ଓ ବିଶ୍ୱାସ

ଅଟେ ସିଏ ଏକା ଆମ ସାହା.........

ଏଇ ମାଟି ମୋ ମା'......


ହିନ୍ଦୁ ମୁସଲମାନ    ଶିଖ ଖ୍ରୀଷ୍ଟିଆନ

    ସର୍ବେ ଏଠି ଭାଇ ଭାଇ

ସବୁଧର୍ମ ଏଠି      ସମାନ ଆଦୃତ

    ବିଶିଷ୍ଟତା ଆମ ଏଇ।


ମନ୍ଦିରର ଘଣ୍ଟ    ମସଜିଦ ନମାଜ

    ସକାଳ ସଞ୍ଜରେ ଶୁଭେ

ଆନନ୍ଦମୟ ସେ   ପରିବେଶ ତାର

    ନିଜକୁ ମୁଁ ଧନ୍ୟ ଭାବେ।


ଭାଇଚାରା ଓ ମାନବିକତାର ପରିଚୟ

ପାଇଛି ସାରା ଦୁନିଆ........

ଏଇ ମାଟି ମୋ ମା'......


ତା ଗିରି ପର୍ବତ    ତା ନଦୀ ଝରଣା

     ତା ସମୁଦ୍ରର ତରଙ୍ଗ

ତା ବଣ ଜଙ୍ଗଲ     ତା ସୃଷ୍ଟି ସକଳ

    ମନେ ଭରନ୍ତି ଉମଙ୍ଗ।


ଦେଇ ମନ ଧ୍ୟାନ     ଜ୍ଞାନ ଓ ସଞ୍ଜମ

     କରିବା ତାହାରି ସେବା

ଦରକାର ହେଲେ    ତା'ରି ସେବାରେ

    ଆମେ ଯେ ଜୀବନ ଦେବା।


ସରଗଠୁ ବଳି ଅଟେ ଏଇ ସ୍ଥାନ 

ଭାରତୀ ତାର ନାଆଁ.......

ଏଇ ମାଟି ମୋ ମା'......

ଏଇ ମାଟି ମୋ ମା'......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract