ଅନ୍ଧକାର
ଅନ୍ଧକାର
କରିଥିଲି ଅଞ୍ଚଳ ନିଷିଦ୍ଧ
ଜାଳୁଥିଲି ସୁନାର ଦୀପାଳି l
ଦୃଢ଼ ଏକ ବିଶାଳ ବନ୍ଧନ
ଚଉପାଶେ ରହିଥିଲା ଘେରି l
ପ୍ରଜ୍ଜ୍ୱଳିତ ଦୀପର ଆଲୋକେ
ଆଲୋକିତ ଥିଲା ମୋର କକ୍ଷ l
ସୌଭାଗ୍ୟର ଜଉମୁଦ ଦେଇ
ଜଗି ରହିଥିଲା ଅବା ଯକ୍ଷ l
ଦିନେ ସେହି ପାଚେରୀକୁ ଭାଙ୍ଗି
ସ୍ୱଚ୍ଛନ୍ଦରେ ପଶିଗଲା ଦ୍ଵନ୍ଦ l
ହୋଇଗଲା ନିସ୍ତେଜ ନିଶ୍ଚଳ
ଘୋଟିଗଲା କାହୁଁ ନିରାନନ୍ଦ l
ଦେଖିଲି ମୁଁ ଅନ୍ଧାର ଭିତରେ
ହରାଇଛି ମୋହର ସର୍ବସ୍ବ l
ଚଉଦିଗ କରେ ହାହାକାର
କରିଦେଇ ସର୍ବହରା ନିଃସ୍ୱ
ଏବେ ଯେତେ ଆଗକୁ ଅନାଏ
ଭିଡ଼ିନିଏ ପଛକୁ ଅତୀତ
ହୋଇଯାଏ ନୀରବ ନିସ୍ତେଜ
ସେ ଅନ୍ଧାରେ ମିଶିନି ଯାବତ l