STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜଗା ଦର୍ଶନ

ଜଗା ଦର୍ଶନ

1 min
318


ବହୁ ପୂଣ୍ୟ ବଳୁ ପାଇଲି   

ପରା ମୁହିଁ ଦର୍ଶନ

ଜଗତ କର୍ତ୍ତାଙ୍କୁ ଦେଖିଲି          

ସେହୁ ଚକାନୟନ !!


ଯାଇ ଥିଲି ପ୍ରଭୁଙ୍କ ଧାମ

ପୁରୀ କ୍ଷେତ୍ର ତା ନାମ

ସେହୁକୃଷ୍ଣ ପରାସେରାମ      

ସାକ୍ଷାତେ ଦା ରୁ ବ୍ର ହ୍ମ !!


କାଳିଆ କାଳିଆ ଭଜନ

ଭକ୍ତିରେ ନିତି ଦିନ

ହୃଦୟରେ ଜଗା ଗୁଞ୍ଜନ

ସେହୁ ମଧୁସୂଦନ !!


ବିଚ୍ଛିନ୍ନ ଭୂମିର ଆରାଧ୍ୟ

ପ୍ରଭୁ ଜଗା ଠାକୁର

ଅସାଧ୍ୟକୁ କରନ୍ତି ସାଧ୍ୟ

ସେହୁ କରୁଣାକର !!


ଲକ୍ଷେ ଶାଳଗ୍ରାମ ମନ୍ଦିରେ

ବିରାଜମାନ ଠାକୁରେ

ଭାଇ ଓ ଭଉଣୀ ପାଖରେ

ଭକ୍ତ ଡାକେ ଭକ୍ତିରେ !!


ଅନୁପମ ଦିବ୍ୟ ରୂପରେ

ଦେଖିଲି ଟି ଚକ୍ଷୁରେ

ମନପ୍ରାଣପ୍ରେମ ଶ୍ରଦ୍ଧାରେ

ଗଲା ରଞ୍ଜି ଭକ୍ତିରେ !!


ଜ୍ଞାନ ବୁଦ୍ଧି ହୀନ ମନୁଷ୍ୟ

ଜାଣିନି ଭକ୍ତି ରସ 

ତଥାପିରେ ଦେଲୁ ଆଶିଷ 

ମନ ହୁଏ ହରଷ !!


ଦେଖିଲିରେ ବଡ଼ ଦେଉଳ

ଶୁଭିଲା ଭକ୍ତ ରାବ

ପୂର୍ଣ୍ଣ ପ୍ରଭୁ କଲୁ ସକଳ

ହୃଦେ ଭକ୍ତିର ଭାବ !!


ଦୟାକରି ଥିବୁ ଭକତେ

ସୃଷ୍ଟି କର୍ତ୍ତା ଜଗତେ

ଅନାଦି ଅନନ୍ତ ପ୍ରତ୍ୟକ୍ଷେ

କୃପା ଦୃଷ୍ଟି ଭକତେ !!


ଅମୃତ ଏ କାଳ ସାକ୍ଷାତେ

ନୂଆ ଆମ ଭାରତେ

ଆତ୍ମନିର୍ଭର ଓ ହର୍ଷିତେ 

ଯୁବା କର୍ମର ପଥେ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract