କାନ୍ଦୁଛି ମୋ ଭୂମି
କାନ୍ଦୁଛି ମୋ ଭୂମି
(ରାଗ:- ଆଷାଢ଼ ଶୁକ୍ଳ)
କାନ୍ଦୁଛି ମୋ ଭୂମି
ବିଚ୍ଛିନ୍ନ ଓଡ଼ିଆ ଉତ୍କଳ ଜମି.......................(୦)
ଶିକ୍ଷାର ନିମନ୍ତେ ରୋଦନ ଯାର
ଗୁହାରି ଶୁଣନ୍ତି ନାହିଁ ତାହାର
ଯହିଁ ଓଡ଼ିଆ ଙ୍କ ଚିନ୍ତା ଅପାର
ଶିକ୍ଷା ମାତୃଭାଷା ନାହିଁ ଯାହାର !!
କାନ୍ଦୁଛି ମୋ ଭୂମି.............(୧)
କେଉଁ ମୂଲ୍ୟ ଆମ ଏହୁ ଜୀବନେ
ଜନନୀର ଭାଷା ଶୂନ୍ୟ ଏ ଜ୍ଞାନେ
ଅଛୁ ଝାଡ଼ଖଣ୍ଡ ରାଜ୍ୟ ଅଧିନେ
ଭାଷାଶିକ୍ଷା ନାହିଁ ଓଡ଼ିଆ ଜନେ !!
କାନ୍ଦୁଛି ମୋ ଭୂମି.............(୨)
ବହିର ମୁଦ୍ରଣ ନାହିଁ ଏଠାରେ
ବାଳକ ପଢ଼ିବେ କେଉଁ ପ୍ରକାରେ
ରାଜ୍ୟସରକାରେ କାହିଁ ଧ୍ୟାନରେ
ଓଡ଼ିଆଙ୍କ ଶିକ୍ଷା ଅନ୍ୟ ଭାଷାରେ !!
କାନ୍ଦୁଛି ମୋ ଭୂମି.............(୩)
ଦ୍ବିତୀୟ ଭାଷାର ମାନ୍ୟତା ଯାର
ସୁବିଧା କାହିଁ ଓଡ଼ିଆ ଜାତିର
କି ମାନ୍ୟତା କେହୁ ଦେବ ଉତ୍ତର
ନାହିଁରେ ନେତା ଓଡ଼ିଆ ଭାଇର !!
କାନ୍ଦୁଛି ମୋ ଭୂମି.............(୪)
ଯେକଲା ଅଲଗା ନାହଁ ତା ଧ୍ୟାନ
ଓଡ଼ିଆ ଜନଙ୍କ କାହିଁ ସମ୍ମାନ
ଶିକ୍ଷା ଶୂନ୍ୟ ଭୂମି ଗରିବ ହୀନ
ଉତ୍କଳର ମୁଖେ ନାହିଁ ବଚନ !!
କାନ୍ଦୁଛି ମୋ ଭୂମି...............(୫)
ଜଗାର ଭୂମି ଏହୁ ସିଂହଭୂମି
ଦେଲା ଉତ୍କଳ ଅନ୍ୟ ହସ୍ତେ ଜମି
ଧ୍ୟାନ ନାହିଁ ତାର କିପରି ଧର୍ମୀ
ଓଡ଼ିଆଙ୍କ ମନ ଯାଏରେ ଭ୍ରମି !!
କାନ୍ଦୁଛି ମୋ ଭୂମି................(୬)
ଓଡ଼ିଆ ସମ୍ମାନ କିଏ ସେ ଦେବ
ପ୍ରଦୀପ ଶିକ୍ଷାର ଜ୍ୟୋତି ଜାଳିବ
ଓଡ଼ିଆ ଶିକ୍ଷକ କିଏ ସେ ଦେବ
ବହି ସେ ଓଡ଼ିଆ କାହୁଁ ମିଳିବ !!
କାନ୍ଦୁଛି ମୋ ଭୂମି................(୭)
ନାହିଁ ଦାଇତ୍ୱ କିବା ଉ ତ୍କ ଳ ର
କଷ୍ଟରେ ବ୍ୟତୀତ ଜ୍ଞାତି ତାଙ୍କର
ଜାଣି ଶୁଣି କିବା କରିଛି ପର
ନଜାଣେ କିଏବା ଦୁଃଖ ଆମର !!
କାନ୍ଦୁଛି ମୋ ଭୂମି..................(୮)
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡ଼ିଆ ଯହିଁ
ନିବେଦନ କେତେ ଗଲାଣି ତହିଁ
ନୂଆ ଶିକ୍ଷା ନୀତି ଭାଷାର ପାଇଁ
ନଜର କାହିଁରେ ଉତ୍କଳ ଭୂଇଁ !!
କାନ୍ଦୁଛି ମୋ ଭୂମି...............(୯)
ଅମୃତ ଏ କାଳ ପରା ଆସିଛି
ମାତୃଭାଷା ଶୂନ୍ୟ ଭୂମି ଦିଶୁଛି
ନୂଆଶିକ୍ଷାନୀତି ରାଷ୍ଟ୍ରେ ହୋଇଛି
ଆମ ପାଇଁ କିମ୍ପା ଚିନ୍ତା ନହୁଛି?
କାନ୍ଦୁଛି ମୋ ଭୂମି.............(୧୦)
ଓଡ଼ିଆ ଡ଼ାକ ଚ କା ନ ୟ ନ
ଅନୁଗ୍ରହ କର ଶିକ୍ଷା ରତନ
ମାତୃଭାଷା ଶିକ୍ଷା କର ଲେପନ
ପଢ଼ନ୍ତୁ ଓଡ଼ିଆ ଆମ ସନ୍ତାନ !!
କାନ୍ଦୁଛି ମୋ ଭୂମି..........(୧୧)
କାଳିଆ ଠାକୁର କଳା ଦିଅହେ
ମାତୃଭାଷା ଶିକ୍ଷା ପୂର୍ଣ୍ଣ କରହେ
ଡ଼ାକ ଆମର କାଳିଆ ଶୁଣହେ
ଶିକ୍ଷାରସେ ଜ୍ୟୋତି ଜାଳି ଦିଅହେ !!
କାନ୍ଦୁଛି ମୋ ଭୂମି...........(୧୨)
