STORYMIRROR

Purna chandra Rana

Abstract Others

3  

Purna chandra Rana

Abstract Others

ଜଗତେ ବନ୍ଦିତା

ଜଗତେ ବନ୍ଦିତା

1 min
14K


ଶୁଭ୍ର କାଶତଣ୍ଡୀ ଖେଳୁଛି ଲହଡ଼ି

ମନଦ ମନ୍ଦ ଏଇ ସମୀରରେ,

ସିଂହ ବାହାନରେ ଆସୁଛନ୍ତି ମାଆ

ଡାକରା ଶୁଭୁଛି ଘରେ ଘରେ ।।

ବିଜେ କରୁଛନ୍ତି ଧରା ବକ୍ଷେ ମାତା

ଧରା ତ ଆନନ୍ଦେ ବିଭୋରିତ,

ଦଶଭୂଜା ମାତା ଦିଶନ୍ତି ସୁନ୍ଦର

ଚତୁଃଦିଗ ଆଜି ସୁଶୋଭିତ ।।

ସୁଗନ୍ଧିତା ପୁଷ୍ପ ମହକୁଛନ୍ତି ଯେ

ମାତାଙ୍କର ହେବେ ଗଳା ମାଳ,

କମଳ, ଟଗର, ସେଫାଳି ସାଙ୍ଗକୁ

ରଜନୀ ଗନ୍ଧା ବାସ ପ୍ରବଳ ।।

ମନ୍ତ୍ରର ଗାନରେ କମ୍ପୁଅଛି ଧରା

ଖୁସିରେ ଧରଣୀ ଆନନ୍ଦିତା,

ମାଆର ପୁଣି ଏ ଦୁର୍ଲଭ ଦର୍ଶନ

ଜଗତେ ଦୁର୍ଗା ମାଆ ବନ୍ଦିତା ।।

ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract