ଅଚିହ୍ନା ପାଦ ଚିହ୍ନ
ଅଚିହ୍ନା ପାଦ ଚିହ୍ନ
ଅଚିହ୍ନା ଥିଲା ତା'ର ପାଦ ଚିହ୍ନ
ଅଜଣା ଥିଲା ତା ଠିକଣା
କୋଉ ଅଜଣା ରାଇଜର ପରି ସିଏ
ଓହ୍ଲାଇଥିଲା ମୋ କଲମ ମୁନରେ
ସଫେଦ କାଗଜରେ
ଆଙ୍କୁଥିଲା କେତେ ଯେ ମାନଚିତ୍ର
ପୁଣି ଲେଖୁଥିଲା କେତେ
ହୃଦୟ ସ୍ପର୍ଶୀ ମିଠା ମିଠା କବିତା
ସ୍ୱପ୍ନର ଅତିଥି ସେ ପଶିଥିଲା ଧସେଇ
ଏହି ହୃଦୟ ପାଲିଙ୍କିରେ
ଓଠେ ନେଇ ସପ୍ତ ପଦୁଅଁର ହରଷ
ସୁକୋମଳ ଚିତ୍ତେ ତାର
ନା ଥିଲା ରାଗ ନା ଥିଲା ଅଭିମାନ
ଓଠେ ତା'ର ଫୁଟୁଥିଲା
କେରି କେରି ସୁନେଲି ହସ
ଯେମିତି ସେ ହସ ଆଗରେ
ଫିକା ପଡୁଥିଲା ଲକ୍ଷେ ଫଗୁଣ
ମିଠା ମିଠା କଥା ତାର
ତୁନି କରେ ଦୁଃଖ
ସେ ମିଠା କଥା
ଗୁଞ୍ଜିତ ହୁଏ ମନେ ବାରମ୍ବାର ,
ମନ ତାର ପ୍ରଜାପତି ସମ
ଉଡ଼ିବୁଲେ ଏ ଫୁଲରୁ ଆର ଫୁଲକୁ
ପାନ କରିବାକୁ ଟିକେ
ସେନେହ ରୁପି ମଧୁର ରସ
ସତରେ ସେ ସରଳ ମନଟା
କେଡେ ପ୍ରେମ ପିପାସୁ
ବିନା ସ୍ଵାର୍ଥେ ପାନ କରେ
କାହା ହୃଦୟ ରୁ ଟିକେ ସେନେହ ତ
ଆଉ କାହା ହୃଦୟରୁ
ଟିକେ ନିସ୍ଵାର୍ଥ ଭଲପାଇବା ।