STORYMIRROR

Purna chandra Rana

Inspirational

4  

Purna chandra Rana

Inspirational

ବୀର ସୁବାଷ

ବୀର ସୁବାଷ

1 min
413


ହିନ୍ଦୁସ୍ଥାନ ବୀର ସୁବାଷ ଚନ୍ଦ୍ର

ଦେଶ ମାତୃକାର ପ୍ରାଣ ଥିଲ

ସ୍ବାଧୀନତା ସ୍ବାଦ ଦେଇଥିଲ ତୁମ୍ଭେ

ଦେଶକୁ ବନ୍ଦୀରୁ ରକ୍ଷା କଲ ।।


"ଜୟ ହିନ୍ଦ୍" ନାରା ଥିଲା ଯେ ନିଆରା

ହିନ୍ଦୁସ୍ଥାନୀ ଥିଲେ ପ୍ରଭାବିତ

ରକ୍ତ ଦିଅ ମତେ ସ୍ଵାଧୀନତା ଦେବି

ଏହା ଥିଲା ବୀର ତୁମ ମତ ।।


ବିଦେଶୀ ବଇରୀ ଛାଡି ପଳାଇଲେ

ଦେଖି ତୁମ୍ଭ ନବ ରଣନୀତି

ଆପାଦ ମସ୍ତକ କମ୍ପୁଥିଲା ତାଙ୍କ

କରି ପାରିଲେନି କିଛି କ୍ଷତି ।।


ହେ ସ୍ବାଧୀନ ବୀର ତୁମ୍ଭେ ଯେ ଅମର

ସୁଝି ହେବ ନାହିଁ ତୁମ୍ଭ ଋଣ

ମୋ ଭାରତ ମାଆ ଝୁରୁଛି ପୁଅକୁ

ଆଉ ଥରେ ଲୋଡ଼ା ତୁମ୍ଭ ପ୍ରାଣ ।।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational