କବିତା - ବାପା
କବିତା - ବାପା
ବାପା
**** ପୂର୍ଣ୍ଣଚନ୍ଦ୍ର ରଣା
ହୃଦୟ ତ ତୁମ ଅତିବ ଗଭୀର
ମାପିଲେ ମାପି ହୁଏନା
ଯେତେବେଳେ ଯାହା କହିଛି ତୁମକୁ
କେବେ ତ କରିନା ମନା ।।
କାହା ସଙ୍ଗେ ମୁହିଁ କରିବି ତୁଳନା
କେହି ନୁହେଁ ତୁମ ସମ
'ବାପା' ଶବଦକୁ ବର୍ଣ୍ଣନା କରିବା
ମୁଁ ଯେ ସଦା ଅକ୍ଷମ ।।
ତୁମ ପାଇଁ ଜଳେ ଆମ ଘରେ ଚୁଲି
ଆମକୁ ଦିଅ ଆହାର
ବାପା ଆମ ପାଇଁ ଆକାଶ ଠୁ ବଡ
ଚଳାଅ ସୁଖ ସଂସାର।।
ନୂଆ ନୂଆ ବସ୍ତ୍ର ଆମ ପାଇଁ କିଣ
ନିଜେ ବାପା ପିନ୍ଧ ଚିରା
ଆମ ପାଇଁ ତୁମେ କରୁଛ ସଙ୍ଘର୍ଷ
ତୁମେ ମୋ ସୁଖ ପାସୋରା ।।
ତୁମ ନାମେ ମୁହିଁ ସଦା ପରିଚିତ
ତୁମେ ବାପା ମୋ ଆଦର୍ଶ
ବଞ୍ଚିଥିବା ଯାଏଁ ରଖିବି ତ ମୁହିଁ
ତୁମର ଅଲିଭା ଯଶ ।।
ହାଟସିଂହାପୁର, ଯାଜପୁର
