STORYMIRROR

Purna chandra Rana

Romance Classics Fantasy

3  

Purna chandra Rana

Romance Classics Fantasy

ଶ୍ରାବଣରେ ଯୌବନ ସୁନ୍ଦର

ଶ୍ରାବଣରେ ଯୌବନ ସୁନ୍ଦର

1 min
121


ଶ୍ରାବଣ ଆସିଛି ବୁଲି

ଆମରି ଗାଆଁକୁ

ସାଥେ ଆଣିଛି ସେ ବରଷା ରାଣୀକୁ

ସତେ ଆମ ମନ ଜାଣି

ଶ୍ରାବଣଟା ପଢିଥିଲା ll

ଆମରି ସେ ଅଭୁଲା ପ୍ରେମ କାହାଣୀ

ମୁଁ ଥିଲି ରାଜା ତୋ'ର

ତୁ ଥିଲୁ ରାଣୀ ,

ଶ୍ରାବଣଟା ଥିଲା ଏ ପିଆଲି ମନର

ଗୋଟେ ଖିଆଲି ସପନ

ପାଖକୁ ଆସିଛି ଆଜି ll

ସତ‌କରିବାକୁ ସେ ଖିଆଲି ସପନ

ଘାସ ଗାଲିଚାରେ ବସିଥିଲୁ

ପାଖା ପାଖି ହେଇ

ଚଞ୍ଚଳ ମନରେ ଉଡୁଥିଲା ପ୍ରେମ ପକ୍ଷୀ

ଶ୍ରାବଣ ସାଥିରେ ଥିଲା

ରିମ୍ ଝିମ୍ ସେ ବରଷା ରାଣୀ ll

ଉତ୍ତର ଦିଗରୁ ଆସି

ଢାଳି ଦେଲା ପାଣି

ଭିଜିଗଲା ଦୁହିଁଙ୍କ ଶରୀର

ପ୍ରିୟା ଶରୀରରୁ ନୀର

ବହେ ଝର ଝର ,

ଅଳସୀ ଅଙ୍ଗରେ ତା'ର ll

ଖେଳେ ପ୍ରେମ ପ୍ରୀତି

ଯୌବନ ନିଆଁରେ ଆଜି

ଜଳେ ପ୍ରିୟା ମୋ'ର

ଦିନ ବେଳେ ଦିଶୁଥିଲା ଅନ୍ଧାର ଅନ୍ଧାର

ପ୍ରିୟା ମୋର ଖୋଜୁଥିଲା ll

ଭିଜା ଭିଜା ରାତି

ପ୍ରିୟା ଦେହେ ବଢୁଥିଲା ମିଠା ପ୍ରେମ ତାତି

ଶ୍ରାବଣଟା ଆଣିଦେଲା

ମନ ଜାଣି ରାତି

ବେନି ଚିତ୍ତେ ଅକୁହା ପ୍ରେମ ପ୍ରୀତି ll

ଏ ଯେ ପ୍ରକୃତିର ରୀତି ,

ଶ୍ରାବଣଟା ଛାଡ଼ୁ ନଥିଲା 

ଜମା ଆମ ସାଥି

ଝିପିଝିପି ବରଷାରେ

ଭିଜୋଉଥିଲା ଯୌବନର ଭାବ ପୀରତିକୁ

ଶୁଣୁଥିଲା ଆମର ସେ ଅକୁହା କଥାକୁ

ପୁଣି ବର୍ଷା ସାଥେ ଶ୍ରାବଣଟା  ll

ଭିଜି ଯାଉଥିଲା ସ୍ଵର ଝଙ୍କାରରେ

ଆଉ ନାଚୁଥିଲା ଛମ୍ ଛମ୍ ହେଇ

ଶ୍ରାବଣ ଯେ ଯୌବନକୁ କରିଲା ସୁନ୍ଦର

ଆମ ଦେହେ ଘୋଡେଇ ଦେଲା ll

ମିଠା ପ୍ରେମ ଚାଦର

ମଧୁ ଠୁ ମଧୁର ଥିଲା

ପ୍ରୀତି ପ୍ରେମ ଆମର

ଶ୍ରାବଣରେ ଯୌବନଟା

ଲାଗୁଥିଲା ସୁନ୍ଦର ll


      

   

   



Rate this content
Log in

Similar oriya poem from Romance