STORYMIRROR

Purna chandra Rana

Fantasy Inspirational Others

3  

Purna chandra Rana

Fantasy Inspirational Others

ଅମର ବୀର

ଅମର ବୀର

1 min
155


ହେ ବୀର 

ତୁମେ ସଦା ଅମର

ଆଜି ଗର୍ବିତ ଏ ମାତୃଭୂମି

ତୁମର ଏ ବୀର ପଣ ଦେଖି ,

ଶତ କୋଟି ନମନ ତୁମ ଚରଣରେ

ଆଉ ଅଶ୍ରୁ ଭରା ଶ୍ରଦ୍ଧାଞ୍ଜଳି

କିଏ ବା ଭୁଲିବ ତୁମର ସେ ମହାନ କର୍ମକୁ

ତୁମର ସେ କର୍ମ ସଦା ଅତୁଳନୀୟ

ଆଜି ଶାନ୍ତ ‌ପଡିଛି ଏ ମାତୃଭୂମି

ସମସ୍ତଙ୍କ ଆଖିରୁ ଅଶ୍ରୁ ଧାର

ଥପ୍ ଥପ୍ ହୋଇ ବହି ପଡୁଛି

ମାଆର ସେ କୋହ ଭରା ବକ୍ଷ ଉପରେ

ଆଉ ସର୍ବ ମୁଖେ ଭାରତ ମାତା କି ଜୟ

ମାଆର ଛାତି ଫାଟି ପଡୁଛି

ତା ସନ୍ତାନର ଅନ୍ତିମ ଯାତ୍ରା ଦେଖି

ଅନ୍ୟ ପଟେ ବୀରର ପରିବାର

ଅପେକ୍ଷାରେ ସ୍ତ୍ରୀ , ତା'ର ସନ୍ତାନ

ବୀରର ମସ୍ତକରେ ହସ୍ତ ରଖି

ଲୋତକାପୂର୍ଣ୍ଣ ନୟନେ ଜୀବନ ସାଥୀ କହେ

କଥା ଦେଇ ଅଧା ବାଟେ ଛାଡିଦେଲ ହାତ

ସବୁଦିନ ପାଇଁ କରିଦେଲ ଏ ସିନ୍ଦୁରକୁ ପର

ପୁଣି ଏଇ କେଇ ଦିନର ପିଲାର 

ଦୁଃଖ ଭରା ଲୁହ ବକ୍ଷକୁ କରେ ଦୁଇଭାଗ

ଆଜି ଦୁନିଆ ନିରବ

ନା ପକ୍ଷୀ ଯାଏ ନିଡ଼କୁ

ନା ପତ୍ର କହେ କଥା

ସଭିଏଁ ଏଠି ନିରବ

ସେ ବୀର କେତେ ଭାଗ୍ୟବାନ

ଯାହାଙ୍କୁ ସେ ପରମାତ୍ମା

ବାୟୁ ବକ୍ଷେ କୋଳେଇ ନେଲେ 

ସେ ବୀର ମହାନ‌ ତାଙ୍କ କର୍ମ ମହାନ

ଜୟ ହିନ୍ଦ୍ ହେ ବୀର ଜବାନ

ସଦା ରୁହ ତୁମେ ଅମର ।


     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy