STORYMIRROR

Purna chandra Rana

Horror Action Crime

4  

Purna chandra Rana

Horror Action Crime

ବିଦିର୍ଣ୍ଣ ପ୍ରାଣ

ବିଦିର୍ଣ୍ଣ ପ୍ରାଣ

1 min
250


ବହଳ କାନନ ବିଷମ ଭୂମି 

ବିଭାବରୀ ଆସେ ଗଗନ ଚୁମି

ବଚନ ଶୁଭୁଛି ଜଙ୍ଗଲ ତନୁ 

ବଞ୍ଚାଅ କିଏ ସେ ଗହନ ବନୁ ।।୧


ବିରଳ ଶବଦ ଗୁଞ୍ଜିତ କର୍ଣ୍ଣେ 

ବହି ଆସେ ଭୟ ମୋହରି ମନେ 

ବହ୍ନିର ଅଭାବେ ଅନ୍ଧ ନୟନ

ବାଟ ନ ଦିଶଇ ସ୍ଥାନ ବିଜନ ।।୨


ବଢ଼ାଇଲି ପାଦ ଆଗକୁ ଆଗ

ବକ୍ଷରେ ଶୋଣିତ ଭାଗକୁ ଭାଗ

ବୃକ୍ଷଲତା ହେଉଥା'ନ୍ତି ବାଡ଼େଇ

ବଦନରୁ ଶ୍ଵେଦ ଝରି ପଡଇ ।।୩


ବରଷା ତାଣ୍ଡବ ଧରା ହୃଦରେ

ବିପକ୍ଷ ଧାଆଁନ୍ତି ଆର ପାଖରେ 

ବୁଦ୍ଧି ପାଞ୍ଚି ମୁଁ ଯେ କଲି ଚିତ୍କାର

ବିପରୀତ ଦିଗେ ନାରୀର ସ୍ବର ।।୪


ବିରାଜିଲି ଯାଇ ଘଟଣାସ୍ଥଳେ

ବ୍ୟଥିତ ତରୁଣୀ ଜନନୀ କୋଳେ

ବାରଣ ନ‌ କରି ଧରିଲି କରେ

ବିଷାଦର‌ ଅଶ୍ରୁ ବେନି ନେତ୍ରରେ ।।୫


ବହୁଛି ରୁଧିର ବିଗ୍ରହୁ ତା'ର

ବିବର୍ଣ୍ଣ ଦିଶଇ ମୁଖ ତାହାର

ବନଧାରା ପାଶେ ଯାଉଛି ବହି

ବ୍ଯଗ୍ରେ ଯାଇ ଜଳ ଆଣିଲି ମୁହିଁ ।।୬


ବଦନରେ ନୀର ଢାଳିଲି ଧିରେ

ବ୍ଯଗ୍ରବନ୍ତ ବାକେ ଶବଦ କରେ

ବିନାଶ ନ କର ଯୋଡୁଛି ହାତ

ବିପଦରେ ଅଛି ଶୁଣ ହେ ମିତ ।।୭


ବ୍ୟସ୍ତ ହୁଅନାହିଁ ତୁମେ ଭଗିନୀ

ବିବେକି ତ ମୁଁ ନ କରିବି ହାନୀ 

ବ୍ୟାକୁଳ ହୋଇଣ କହେ ଯୁବତୀ

ବନ୍ଧୁ ସାଜି ଦୟା କରି ମୋ ପ୍ରତି ।।୮


ବଇଦ ପାଖକୁ ନେଲି ଯେ ଧାଇଁ

ବିଶ୍ବାସରେ କାନ୍ଧେ ଗଲା ସେ ଶୋଇ

ବିଧାତାର ଥିଲା ଏ ବରଦାନ

ବିସ୍ମୟେ ବିଜୟା ପାଏ ଜୀବନ ।।୯


ବର୍ଦ୍ଧିତ ହୋଇଲା ଖୁସି ଆସନ

ବିଭୋର ହେଲା ତ ସଖୀର ମନ

ବଞ୍ଚାଇବ ଯଦି ଏଠି ବିଧାତା

ବିଞ୍ଚିହେବ ନାହିଁ କାହାର ସତ୍ତା ।।୧୦


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror