STORYMIRROR

saroj mohapatra

Horror

4  

saroj mohapatra

Horror

ରାତ୍ରିର ସ୍ୱର

ରାତ୍ରିର ସ୍ୱର

1 min
406

ରାତିର ନିର୍ଜନ ପ୍ରହରେ

ସାରା ବସ୍ତି ଶୋଇଯିବା ପରେ,

ସୁ ,ସୁ ଶବ୍ଦ କରି 

କିଏ ମାଡ଼ିଆସେ ଶୂନ୍ୟ ପଥେ,

ସେଇ ଭୟଙ୍କର ବରଗଛ ଡାଳେ

ବିକଟାଳ ଶବ୍ଦ ରୋଳ ମେଳେ।

ସତେକି କିଏ ଖୋଜୁଛି କଅଁଳ ଶରୀର,

କରିବାକୁ ନିଜର ଆହାର।

କିଏ କହେ ତାକୁ ଅତୃପ ଆତ୍ମା ତ 

କିଏ କହେ ସେ ଡାହାଣୀର ଘର,

କାହିଁ କେତେ କାଳରୁ ସେ ସ୍ଥାନ ଭୟଙ୍କର

କେତେଯେ ଆତ୍ମହତ୍ୟା ହୁଏ ସେଠି 

କିଏ ଦେଇ ପାରେ ହିସାବ ତାହାର ?

ହାଡ଼ ସାଥେ ମୁଣ୍ଡ ମାଳ ଦେଖିବାକୁ ମିଳେ 

ସେ ବରଗଛ ତଳେ ...

ଦିନରେ ବି ଲୋକ ଯିବକୁ ଭୟ କରେ,

ମଶାଣୀକୁ ଲାଗିସେ ବରଗଛ 

ସତେକି ଭୂତଙ୍କର ସଭାସ୍ଥଳ,

ଅଜସ୍ର ସ୍ମୃତି କୁ ଛାତିରେ ଜାବୁଡି

 ସେ ବରଗଛ ଠିଆ ହୋଇଛି

ଭୟର ଅନ୍ୟନାମ ସେ କେବେଠୁ ପାଲଟି ସାରିଛି।

କେତେ ବିକଟାଳ ଶବ୍ଦ ସାଙ୍ଗେ

ହା ହା କାର ରଡି ଅନେକ ସମୟରେ ଶୁଭିଛି,

କିଏ ସତରେ କଣ ବରଗଛ ଡାଳେ ବସିଛି?

ରାତ୍ରି ଅନ୍ଧାରରେ ବିକଟାଳ ଶବ୍ଦ

ଏବେବି ସେଠୁ ଆସୁଛି।

କିଏ ମାନୁକି ନମାନୁ

ମୁଁ ଉପଲବ୍ଧି ଆକୁ କରିଛି,

ମୁଁ ଉପଲବ୍ଧି ଆକୁ କରିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror