STORYMIRROR

saroj mohapatra

Romance

3  

saroj mohapatra

Romance

ପ୍ରେମିକା

ପ୍ରେମିକା

1 min
321


ପ୍ରେମିକା କେବେ ଅଳସି ଲାଗେନା 

ଯେତେ ଥର ଦେଖା ହୁଏ,

ତା ରୂପ ସୌନ୍ଦର୍ଯ୍ୟ

ଚମତ୍କାର ଦିଶେ ,

ମୋହୃଦୟ କୁ ଶାନ୍ତି ଦିଏ।

ମନ ନିଆରା ସ୍ପର୍ଶ ପାଏ ,

ତା ଚଞ୍ଚଳ ଆଖିରେ କଜଳ ର ଗାର

ମନ ମୋର ମୋହି ନିଏ।

ହରିଣୀ ଆଖିରେ ସେ ବାଙ୍କ ଚାହାଣୀ

କହେ ଅନେକ କାହାଣୀ,

ତା ଗୋଲାପି ଓଠରେ ସ୍ମିତହାସ୍ୟ ଦେଲେ

ମୁଁ ମୁଗ୍ଧ ସତେ ହୋଇଯାଏ।

ଦୂରରେ ଦୂରରେ କଥା କହୁଥାଏ

ପାଖକୁ ଆସିଲେ ମୁହଁକୁ ଲୁଚାଏ,

ଦିଏ ନୂତନ ଭାବନା ସ୍ପର୍ଶ,

ମୋ ଚାରି ପାଖେ ଗୁଞ୍ଜରିତ ହୁଏ

ତା ସୁରିଲା ସ୍ୱର ର ସ୍ପର୍ଶ,

ଅଭିମାନି ପ୍ରିୟା ସତରେ ନିଆରା

ନାକ ଆଗରେ ତା ରାଗ।

ପ୍ରକୃତି ସାକ୍ଷୀ ଆମ ପ୍ରେମର

ତୁମେ ଚିର ସାଥୀ ମୋର

ତୁମେ ଚିର ସାଥୀ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance