STORYMIRROR

saroj mohapatra

Others

3  

saroj mohapatra

Others

ସଙ୍ଘର୍ଷ

ସଙ୍ଘର୍ଷ

1 min
323

ରାତିର ନିର୍ଜନ ପ୍ରହରେ 

ନିଦ ଭାଙ୍ଗିଗଲେ କଷ୍ଟ ହୁଏ,

ଅନେକ ସ୍ୱପ୍ନ ମୋ ଅଧା ରହିଯାଏ,

କିଛି ମୁହୂର୍ତ୍ତ ପାଇଁ ମୁଁ ସ୍ତବ୍ଧ ହୋଇଯାଏ।

ଅନ୍ଧାର ଭିତରେ ଭାବେ ବସି ନୀରବରେ... 

ବରସି ଯାଏ ଦୁଇଆଖି ......

ସ୍ୱପ୍ନ ପାଖକୁ ଆସି କଣ ପାଇଁ ଦୂରକୁ ଚାଲିଯାଏ ?

ଲୁହରେ କୋହଭିଜା ଛାତି 

ଓଦା ହୋଇଯାଏ...

ଜୀବନ ସଙ୍ଘର୍ଷ ସବୁକୁ ଭାବୁ ଭାବୁ ମୁଁ ପଙ୍ଗୁ ହୋଇଯାଏ।

ଅତୀତ ଦିନ ସବୁ ଜୁଆର ଭଳି ମାଡି ଆସେ

ସଙ୍ଘର୍ଷ ରେ ବିତିଥିବା ପ୍ରତିଟି ମୁହୂର୍ତ୍ତ ମୋତେ ସ୍ପର୍ଶ କରୁଥାଏ।

ଅତି ଯତ୍ନରେ .....

ମୁଁ ହଜିଯାଏ ଭାବନା ଭିତରେ।

ସେ ଦିନକୁ ସ୍ୱପ୍ନରେ ଦେଖିବା ପାଇଁ ମୁଁ ଶୋଇରୁହେ,

ପାଖରେ ରଖିବା ପାଇଁ ମନ ସବୁବେଳେ ହୁଏ....

ହେଲେ ସବୁ ଇଚ୍ଛା ମୋର ଇଚ୍ଛା ହୋଇ ରହିଯାଏ,

ସଙ୍ଘର୍ଷ ମୋର ନିଃସ୍ୱାର୍ଥପର ବୋଲି ।

ହୃଦୟ ମୋର ବାରମ୍ବାର କହୁଥାଏ।

ସଙ୍ଘର୍ଷର ମୂଲ୍ୟ ରହୁ ସବୁବେଳେ ମନ ଚାହେଁ,

କେବଳ ସଙ୍ଘର୍ଷର ଅନୁଭୂତି ସବୁ

ଜୀବନ ବଞ୍ଚିବାରେ ସାହା ହୁଏ,

ଜୀବନ ବଞ୍ଚିବାରେ ସାହା ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍