STORYMIRROR

saroj mohapatra

Others

3  

saroj mohapatra

Others

- ଦୋଛକିରେ ଜୀବନ -

- ଦୋଛକିରେ ଜୀବନ -

1 min
136

- ଦୋଛକିରେ ଜୀବନ -

ଦୋଛକିରେ ଜୀବନ ମୋତେ ଠିଆ କରି ଦେଇଛି

କେଉଁ ଆଡେ ଯିବି ବୋଲି ନିଜକୁ ପ୍ରଶ୍ନ ମୁଁ କରୁଛି।

ସମୟ ବଦଳେ ନାହିଁ ମଣିଷ ବଦଳି ଯାଉଛି

ଦୁନିଆ କେତେ ସ୍ୱାର୍ଥପର ଜାଣିମୁଁ ପାରୁଛି।

ପ୍ରତୀକ୍ଷା କରିବି ସଫଳତା କୁ ମନ ମୋ କହୁଛି

ପଥ ହେଉ ଯେତେ ଦୂର

ଭୟ ଭୁଲି କଣ୍ଟା ରେ ଚାଲିବାକୁ ହୁଏ

ଏ ଜୀବନ ସଙ୍ଘର୍ଷ ର।

ବଂଚିବା ପାଇଁ ସଫଳତା ହିଁ ନିହାତି ଦରକାର

ସେଥିପାଇଁ ମଣିଷ ପ୍ରୟାସ କରେ ବାରମ୍ବାର।

ହେଲେ କଣ ହେବ ଭାଗ୍ୟ ଯଦି କରେ ପର ?

ସମୟ ନିଷ୍ପତ୍ତି ର 

ସମୟ ପରିବର୍ତ୍ତନ ର....

ଏ ନିଷ୍ପତ୍ତି ବଦଳେଇ ଦେବ 

ସମ୍ପୂର୍ଣ୍ଣ ଗତିପଥ ଜୀବନର

ଏକା ଏକା ଚାଲିବାକୁ ହୁଏ

ପଥ ଅଛି ବହୁ ଦୂର....

ଦୋଛକିରେ ଜୀବନ ମୋର 

ବୁଝିଗଲି ବଂଚିବା ପାଇଁ ସଙ୍ଘର୍ଷ ହିଁ ଦରକାର

ବଂଚିବା ପାଇଁ ସଙ୍ଘର୍ଷ ହିଁ ଦରକାର।



Rate this content
Log in