STORYMIRROR

saroj mohapatra

Tragedy

3  

saroj mohapatra

Tragedy

ଦୁଃଖ ନିରୀହ ଶିଶୁର

ଦୁଃଖ ନିରୀହ ଶିଶୁର

1 min
326


ଆହା !

କେତେ ଯେ ନିରୀହ ଶିଶୁ 

କଣ ଭୁଲ ବା ତାଙ୍କର ?

ଭୋକ ଓ ଦାରିଦ୍ର ଅଙ୍କ କସୁ କସୁ

ଜାଣେ ବିକୃତ ମାନସିକତା ଲୋକଙ୍କର।

ଏ ଜୀବନ ସଙ୍ଘର୍ଷର

ଏ ଜୀବନ ଅସୁମାରୀ ସ୍ୱପ୍ନର,

ଯେତେ କସୁ ଥିଲେ ସରେ ନାହିଁ ଅଙ୍କ

ଏ ଅଙ୍କ ଜୀବନର ।

ଯୋଜନା ପରେ ଯୋଜନା ହୁଏ 

ତଥାପି ଶିଶୁ ଶ୍ରମିକ ମାଳ ମାଳ।

ଆଜିବି ଶିଶୁ ଭୋକ ଉପାସରେ ମରେ

ଆଖିରୁ ଝରେ ଅଶ୍ରୁ ଧାର ଧାର

ବଞ୍ଚୁ ଥାଏ ସେ ପ୍ରଶ୍ନ ଭିତରେ

କିଏ ଦେବ ସେ ପ୍ରଶ୍ନର ଉତ୍ତର

କିଏ ଦେବ ସେ ପ୍ରଶ୍ନର ଉତ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy