STORYMIRROR

saroj mohapatra

Others

3  

saroj mohapatra

Others

- ପ୍ରକୃତ ବନ୍ଧୁ -

- ପ୍ରକୃତ ବନ୍ଧୁ -

1 min
302


ଦୁନିଆ ଦିନକୁ ଦିନ ବଦଳି ଯାଉଛି 

ସ୍ୱାର୍ଥପର ଲୋକଙ୍କ ମାତ୍ରା ବୃଦ୍ଧି ହେଉଛି।

ପ୍ରକୃତ ବନ୍ଧୁର ସଂଜ୍ଞା କିଏ ବା ପାଉଛି 

ଯିଏ ପାଏ ସବୁବେଳେ ଖୁସି ରେ ରହିଛି

ଯୁଗେ ଯୁଗେ ବନ୍ଧୁତା ପୂଜା ପାଇ ଆସୁଛି

କୃଷ୍ଣ ସୁଦାମାଙ୍କୁ ଦୁନିଆ ଝୁରୁଛି।

ଅସୁବିଧା ବେଳେ ଯିଏ ହାତ ନ ଛାଡିଛି

ସେମିତି ବନ୍ଧୁକୁ କିଏବା ଭୁଲିଛି ?

ସମୟ ସହିତ ଦିନ ବି ବିତୁଛି

ବନ୍ଧୁତ୍ୱର ଯଶ ସାରା ଦୁନିଆ ଦେଖିଛି

ବନ୍ଧୁତା କେବେ କଣ ପଥ ଭ୍ରଷ୍ଟ କି ହୋଇଛି ?

ବନ୍ଧୁ ପାଇଁ ବନ୍ଧୁ ନୂଆ ଦୁନିଆ ଦେଖୁଚି

ବନ୍ଧୁତ୍ୱର ବର୍ଣ୍ଣନା ବା କଣ ରହିଛି ?

ମୃତ୍ୟୁ ପରେ ବି ବନ୍ଧୁତା ର ଚର୍ଚ୍ଚା ହେଉଛି

ଜୟ ଜୟ କାର ହୁଏ ବନ୍ଧୁତ୍ୱ ର 

ବନ୍ଧୁତା ଅମରତ୍ୱ ପ୍ରାପ୍ତି ହୋଇଛି।

ବନ୍ଧୁତା ଅମରତ୍ୱ ପ୍ରାପ୍ତି ହୋଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍