Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saroj mohapatra

Tragedy

3  

saroj mohapatra

Tragedy

ଅନୁତାପ

ଅନୁତାପ

1 min
237


ସମ୍ପର୍କ ଆକାଶରେ ଭାସି ଯାଉଥାଏ 

ବାଦଲ ତ ଧାରେ ଧାରେ, 

ଥୁଣ୍ଟା ବ୍ରୁକ୍ଷ ପରି ଚାହିଁ ରହିଥାଏ 

ଉଡ଼ି ଯାଆନ୍ତି କି ଦୂରେ ।

ଅନୁତାପର ଅସହ୍ୟ ଜ୍ଵଳନ

ମୋତେ ଜାଳୁଥାଏ ସବୁବେଳେ, 

ହସୁଥାଏ ସିନା ଉପରେ ଉପରେ

ହଜେ ନିତି ଦିବା ସ୍ଵପ୍ନ ରେ ।

ସପନରେ ଦେଖେ ମରୁ ମରିଚିକା 

ସେ ଖାଲି ଯନ୍ତ୍ରଣା ଦେଇ ପାରେ, 

ଆଜି ଯେତେ ବି ଅନୁତାପ କଲେ

ସେ କ୍ଷତି କି ପୂରଣ ହେଉଛି ?

ସେ କ୍ଷତି କି ପୂରଣ ହେଉଛି ?

ମୁଁ ପଶ୍ଚାତାପ ଖାଲି କରୁଛି

ଅପେକ୍ଷା ରେ ଦିନ ବିତୁଛି,

ଧାଇଁ ଧାଇଁ ଶେଷେ ନିରାଶ ହୋଇ

ଥକି ଯାଇ ବସି ପଡୁଛି ।

ଅନ୍ଧାର ସାଜିଛି ଚଲା ପଥ ମୋର 

ଆଗକୁ ଯିବା ପାଇଁ ଡର ଲାଗୁଛି, 

ମୁଁ ଅନୁତାପ ଖାଲି କରୁଛି ।

ଆଜି କିଏବା ଏ ପରିସ୍ଥିତି ମୋର ବୁଝୁଛି ?

ନିଜେ ନିଜର ପରିଚୟ କୁ 

ଜାଣି ଜାଣି ମୁଁ ହଜେଇ ସାରିଛି,

ଜାଣି ଜାଣି ମୁଁ ହଜେଇ ଦେଇଛି।


Rate this content
Log in

Similar oriya poem from Tragedy