STORYMIRROR

saroj mohapatra

Others

3  

saroj mohapatra

Others

- ଗଛର ଆତ୍ମ କଥା -

- ଗଛର ଆତ୍ମ କଥା -

1 min
426



ଏ ପରିବେଶ ସୁରକ୍ଷା ବୃକ୍ଷ ପାଇଁ ହିଁ ରହୁଛି

ଜଳ ବାୟୁ ପରିବର୍ତ୍ତନ ତା ପାଇଁ ହିଁ ହେଉଛି।

ବର୍ତ୍ତମାନ ପରିସ୍ଥିତି ଭୟଙ୍କର ପାଲଟିଛି

ଯିଏ ପୃଥିବୀର ସୁରକ୍ଷା କବଚ

ସେ ତ୍ରାହି ତ୍ରାହି ବୋଲି କହୁଛି।

ଶିକ୍ଷିତ ସମାଜ ଦିନକୁ ଦିନ

 ବିବେକ ଶୂନ୍ୟ ହୋଇ ହୋଇ ଯାଉଛି,

ଜଙ୍ଗଲ କାଟି କାରଖାନା କରି 

ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରୁଛି,

ମୌସୁମୀ ଆସେନି ଠିକ ସମୟରେ

ଉତ୍ତାପ ର ମାତ୍ରା ବଢୁଛି,

ଓଜନ ସ୍ତର ହ୍ରାସ ପାଇବାରୁ 

ନାନା ରୋଗ ମାନ ହେଉଛି।

ଚିନ୍ତା କରିବା ସମୟ ଆସିଛି,

ସବୁଜ ବିପ୍ଳବ ଶୀଘ୍ର ନ ହୋଇଲେ

କଣ ନହେବ ମୁଁ ଭାବୁଛି!

ଗଛ ସବୁବେଳେ କାନ୍ଦୁଛି

ଫଳ ଫୁଲ ଦେଇ ଅଙ୍ଗାରକାମ୍ଳ ନେଇ

କଣ ଶେଷରେ ପାଉଛି ?

ସ୍ୱାର୍ଥପର ଏ ମଣିଷ ସମାଜ 

କାଟି ତାକୁ ଫିଙ୍ଗି ଦେଉଛି।

କାଟି ତାକୁ ଫିଙ୍ଗି ଦେଉଛି।



Rate this content
Log in