STORYMIRROR

saroj mohapatra

Abstract

3  

saroj mohapatra

Abstract

ସ୍ତ୍ରୀ

ସ୍ତ୍ରୀ

1 min
230


ସ୍ତ୍ରୀ ଜୀବନ ର ମୂଲ୍ୟ ଭାବିବାର ବେଳ,

ପର କରି ଘର ଦ୍ୱାର ଆସେ ସିଏ ଶାଶୂ ଘର

ତ୍ୟାଗ କରି ସବୁକିଛି ହୁଏ ସେ ସ୍ଵାମୀ ର।

ସକାଳଠୁ ସଞ୍ଜ ଯାଏ ତା ପାଦ ଅସ୍ଥିର

ସବୁବେଳେ ସେ କର୍ମ ତତ୍ପର,

ପରିବାରର ସମ୍ପୂର୍ଣ୍ଣ ଭାର ତାର।

ଯନ୍ତ୍ରଣାରେ ଭରା ଜୀବନ ତାର 

ଭାବେ ସେ ଅନେକ ଥର

ଏ କଣ ପ୍ରକୃତ ରୂପ 

କଥା କୁହାଳିଆ ଦୁନିଆ ର ?

ଘରର ଏରୁଣ୍ଡି ବନ୍ଧ ତା ପାଇଁ 

ଲକ୍ଷ୍ମଣ ଗାର 

ଅନେକ ଥର ମନେ ପଡେ ପିଲାଦିନ ତାର,

ଭାବେ ସେ ସ୍କୁଲ ବେଳ ଆଉ ସେ ବାଲି ଖେଳ...

ସତରେ ଏ ଦୁନିଆ କେତେ ସ୍ୱାର୍ଥପର !

ସ୍ଵାମୀ ଉପଭୋଗ କରେ ତା ଶରୀର

ପ୍ରଶଂସା କରେ ତା ସୌନ୍ଦର୍ଯ୍ୟ ର,

ଧୀରେ ଧୀରେ ଜୀବନର ଖରା ଯିବ ନଇଁ

ବୟସ ବଢିବ ବୃଦ୍ଧା ଅବସ୍ଥା ଆସିବ ଧାଇଁ,

ଅନ୍ଧାର ଆସିବ ମାଡି

କଣ ହେବ ଏ ଜୀବନର ?

ଦୁଇ କୂଳ ହିତ କରି

ମଶାଣି ହେବ ନିଜର,

ସ୍ତ୍ରୀ ଜୀବନ ସତରେ ଜଟିଳ,

ସ୍ତ୍ରୀ ଜୀବନେ ଅନେକ ଜଞ୍ଜାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract