STORYMIRROR

Prakash Majhi

Horror Action Fantasy

4  

Prakash Majhi

Horror Action Fantasy

ମୁକ୍ତିର ବନ୍ଧନ

ମୁକ୍ତିର ବନ୍ଧନ

1 min
264

ମୁକ୍ତିର ବନ୍ଧନ ହାତ ପାହାନ୍ତାରେ

କଣ୍ଟାରେ ଆଘାତ ପଥ

ସାରିଯାଏ ଯେତେ ଭାବନା ଏଇଠି

ଅଧାଲେଖା ପ୍ରେମ ରଥ।


ଜୀବନ ଯନ୍ତ୍ରଣା ଅସହ୍ୟ ହେଲାଣି

ସପନ ଯାଉଛି ଜଳି, 

ବଞ୍ଚିବା ମରିିିବା ଏକାପରି ଲାଗେ

ବିପଦ ଯାଉନି ଟଳି।


ଦିନକୁ ଦିନ ଯେ ଜଟିଳ ସମସ୍ୟା

ହରୁଛି ଆୟୁଷ କଳା

କେମିତି ଚାଲିବ ବିଶାଳ ସଂସାର

ବଢୁଛି ଭୋକର ଜ୍ୱାଳା।


କର୍ମ ଛଟପଟ ହୃଦୟ ଆତୁର

ହାହାକାର ପ୍ରାଣ ଦୀପ

ବିଶ୍ଵାସର ହାତ ସାହାରା ପାଉନି

ବଦଳି ଗଲାଣି ରୂପ।


କୁଢ଼ କୁୁଢ଼ ଶବ ଏଇଠି ଏମିତି

ଛୁଇଁବେନି କେହି ଆଜି,

ମାନବିକତାର ଯେତେ ସବୁ ଆଶା

ସବୁଠି ଯାଇଛି ହଜି।


ଏମିତି ଅଦିନ ହେବ ବୋଲି କେହି

ଭାବିତ ନଥିଲେ କେବେ

ଦରକାର ପଡ଼ିଲେ ଘରୁ ବାହାରିବ

ନିୟମ ମାନିବ ଯେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror