STORYMIRROR

Prakash Majhi

Inspirational Children

4  

Prakash Majhi

Inspirational Children

ପରିବାର

ପରିବାର

1 min
439

ସୁନ୍ଦର ଆମ ଏଇ ଜୀବନ

ସୁନାଠୁ ଭାରି ଖାଣ୍ଟି

ସୁଖ ଦୁଃଖରେ ଏକାଠି ଥାଉ

ସ୍ନେହ ସରଦା ବାଣ୍ଟି।


ନୂତନ ପଥେ ଆଲୋକ ରାଶି

ଦିଏ ସପନ ବୁଣି,

ଆପଣା ଭାବ କେଡ଼େ ମଧୁର

କିଏ ପାରିବ ଗଣି।


ସହଳ ମନେ ଚହଳ ଏଠି

ବିଶ୍ୱାସ ଭାବ ଧାରା

ପ୍ରେମର ଫୁଲ ବାସନା ଭରେ

ହସି ଉଠଇ ଧରା।


କେତେ ଆରମ୍ଭ ନ ହୁଏ ଶେଷ

ସଭିିିଏଁ ଥିଲେ ସାଥେ,

ଜଣା ପଡେନି ଦୁଃଖ ଜନ୍ତ୍ରଣା

ଆଦର ମିଳେ ଯେତେ।


ଚୋରା ସମୟ ଚଇତି ଖେଳ

ଆଖିରେ ଦିଏ ଆଶା

ପହିିିଲି ଛୁଆଁ କେଡେ ଆନନ୍ଦ

ମାଆ କୋଳର ଭାଷା।


ଓଠରେ ହସ ହୃଦୟେ ବାସ

ଏମିିିତି ଯାଏ ଖେଳି,

ଭୁଲି ହୁଏନି ଯେତେ ସଂସ୍କାର

ଭାଇ ଭଉଣୀ କଳି।


 ଅ ରୁ କ୍ଷ ପ୍ରଥମ ଭାଷା

ଏଇଠି ଅଛି ଚିହ୍ନ

ଛୋଟରୁ ବଡ଼ ସ୍ମୃତିର କୋଳ

ଭରଷା ଢାଳେ ମନ।


ପ୍ରତି ପାଦରେ ସାହାରା ବନ

ଫୁଟାଏ ଜ୍ଞାନ ମଞ୍ଜି,

କଥା ଅମୃତ ବାପାଙ୍କ ପଥ

ଦିଏ ପ୍ରେରଣା ଖଞ୍ଜି।


ଆକାଶ ଠାରୁ ଏ ମାଟି ଯାଏଁ

ସମ୍ପର୍କ ଲାଗେ ନୂଆ

ସବୁୁୁରି ପ୍ରାଣ ସତେ ଯେମିତି

ନିତି ପ୍ରଣୟ ଛୁଆଁ।


ଜେଜେର ଚାପ ଜେଜେମା ଗପ

ଆହୁରି ଅଛି ପ୍ରଥା

କହିିିଲେ କିିିଛି ସରିବ ନାହିଁ

ରହିିିଛି ଯେତେ କଥା ।


ଚଳଚଞ୍ଚଳ ସମୟ ବେଶି 

ଝରାଏ ପ୍ରୀତି ରସ,

ଏକ ଏକରୁ ଅନେକ ଭାବ

ଏକାଠି କରେ ବାସ।


ଏକତା ବଳ ନୁହେଁ ଦୁର୍ବଳ

ସଭିିିଙ୍କୁ ଥାଏ ଜଣା 

ଛୋଟ ହେଲେ ବି ପରିବାର ମୋ

କିଛିବି ନାହିଁ ଉଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational