STORYMIRROR

Prakash Majhi

Drama Romance Fantasy

4  

Prakash Majhi

Drama Romance Fantasy

ଜୀବନ ସାଥୀ

ଜୀବନ ସାଥୀ

1 min
214

ତୁମକୁ ପାଇଛି ବୋଲି

ଫୁଲର ବାସ୍ନା ଆଜି ଦେହସାରା

ମନର ମୁକ୍ତ ଆକାଶରେ

ଆଲୋକର ଠିକଣା

ସେଇଥିପାଇଁ ତ

ଖୁସିିିର ଦିିି ଘୁଟ ନିିଶାରେ

ମତୁଆଲା ଏଠି ସପ୍ନର ସହର ।


ହାତରେ ହାତ ଛନ୍ଦିଲା ପରେ

ସବୁୁୁଠି ଏବେ ପ୍ରେମର ବର୍ଷା

ଭାବନାର ପ୍ରତିସ୍ପର୍ଶ ତୁମକୁ ନେଇ

ହୃଦୟର ପ୍ରତି କୋଣରେ ତୁମେ

ଚାହିଁଥାଏ ଅସରନ୍ତି ଆଶା

ସରୁନଥାଏ ଯେତେସବୁ କଳ୍ପନା

ସେଇଥିପାଇଁ ତ

ମିଲନର ସବୁ ପର୍ବରେ 

ବାରବାର ମନେପଡ଼଼ ତୁମେ ।


ନିଶ୍ଵାସରେ ବିଶ୍ବାସ ନେଇ

ନିଖୋଜ ନୁହେଁ ମୋ ଦେହର ଉପାନ୍ତ

ଏକଲା ପଣକୁ ଦୂରେଇବାରେ

ତମାମ ପ୍ରୟାସ

ଭୁଲି ହୁଏନି ତୁୁୁମର 

ସେଇଥିପାଇଁ ତ

ହଜୁଥାଏ ତୁମରି ଭିିତରେ ପ୍ରତିଥର।

 

ସମୟର ଚୋରା ଚୋରା ଆଖିରେ

କି ଶିହରଣ ସତେ

ଖାଲି ଛାତିଭର୍ତ୍ତି ଜହ୍ନର ଚର୍ଚ୍ଚା

ମହକୁଥାଏ ଚର୍ତୁୁୁଦିଗ ଅଗଣା

ବର୍ଷା ଭିଜା ସ୍ମୃତି ଭିତରୁ

ଭୁରୁୁୁଭୁରୁ ବାସୁୁଥାଏ ଓଦା ଓଠର ରସ

ସେଇଥିପାଇଁ ତ

ପାଦ ଖସିିଯାଏ

ତୁମର ସେ ମିଠା ମିିଠା କଥାରେ।


ଅପେକ୍ଷାର ଆରମ୍ଭ ବେଶ

ଚଳଚଞ୍ଚଳ କୋଟିଏ ପ୍ରହର

ଜ୍ୟୋସ୍ନା ଛଳଛଳ ରୋମାଞ୍ଚରେ

ଖେଳୁୁୁଥାଏ ସୀମାହୀନ ରାତିର ଆୟୁଷ

ସେଇଥିପାଇଁ ତ

ଲେଖାହୁଏ ତୁୁୁମ ସହ

ଜୀବନର ନୂତନ ଅଧ୍ୟାୟ ।



विषय का मूल्यांकन करें
लॉग इन

Similar oriya poem from Drama