STORYMIRROR

Prakash Majhi

Inspirational

4  

Prakash Majhi

Inspirational

ଆମ ଓଡ଼ିଶା

ଆମ ଓଡ଼ିଶା

1 min
416

ଏଇଠି ଆମ ଜନମ ମାଟି

ଏଇଠି ଆମ ଘର,

ହସ ଖୁସିରେ ବିିତାଉ ଦିିିନ

ଲାଗେ ସରଗପୁର।


କେତେ ସପନ ଏଇଠି ଆମ

ହୁଏ ଆରମ୍ଭ ଆଶା,

ଉଜ୍ଜ୍ୱଳ ଦିିଶେ ସାରା ପୃଥିବୀ

ଫୁଟେ ହୃଦୟେ ଭାଷା।


ବାପାମାଆଙ୍କ ସାଥିରେ ରହି

ସବୁୁୁଠି ହେଉ ଜଣା,

ସ୍ନେହ ମମତା ଅପାର ଏଠି

ହୁଏନି ଟିକେ ଉଣା।


ସାଇପଡ଼ିଶା ବନ୍ଧୁୁୁ ବାନ୍ଧବ

ଆସର ଜମେ ନିତି,

ସାଙ୍ଗସାଥିର କେତେଯେ ଖେଳ

ହୁଏନି କେବେ ଇତି।


ଫୁଲରୁ କଢ଼ ଛୋଟରୁ ବଡ଼

ଏଇଠି କେତେ ପିଢ଼ି,

ଭୁଲି ହୁଏନି ଅଝଟ ପଣ

ଜେଜେମା ଗପ ପେଡି।


ସବୁୁୁଠୁ ଭଲ ଲାଗଇ ଫୁଲ

ନରମ ଦେହ ହାଡ଼,

ସ୍କୁଲ ବେଳ ଭାରି ନିିିିିଆରା

ଶିକ୍ଷକ ବେତ ମାଡ଼।


କେତେ ପରବ ଜାନିିିଯାତରା

ଏଇଠି ହୁଏ ନିତି,

ମଉଜ ସତେ ସେଇ ମୁହୂର୍ତ୍ତ

ଯାହାର ନାହିଁ ଇତି।


ସବୁ ସଂସ୍କୃତି ପରମ୍ପରାର

ସଂସ୍କାର ଗୁଣ ଏଠି,

ଶସ୍ୟଶ୍ୟାମଳା ସୁୁନାର ଦେହ

ହସେ ଆପଣା ମାଟି।


ବହୁକଳାର କରମ ବୀର

ଜାଳେ ଜ୍ଞାନର ଦ୍ୱୀପ,

ସୁନ୍ଦର କେତେ କାରୁକାର୍ଯ୍ୟକୁ

ଜୀବନ୍ତ ଦିଏ ରୂପ ।


କଟକ ଠାରୁ କୋରାପୁଟକୁ

ଲମ୍ବିିିଛି କେତେ ବାଟ,

ଏକରୁ ଏକରୁ ତିରିଶ ହୁଏ

ଅଭୁୁଲା ତାର ନାଟ।


ସବୁ ଦିଗରେ ମନ୍ଦିର ଏଠି

ବରଷ ଜାକ ପୂୂଜା,

ଭକତି ରସ ଭାରି ସୁୁଆଦ

ନାହିଁ କେଉଁଠି ମଜା।


ଏମିତି ତୀର୍ଥ ଏଇଠି ଅଛି

ପୁରୀ କୋଣାର୍କ କେତେ,

ଯାହାର କେବେ ଅନ୍ତ ହିଁ ନାହିଁ

ଗଣି ହେବନି ଯେତେ।


ବାର ମାସର ଛଅଟି ଋତୁ

ପାଖକୁ ଆସେ ଚାଲି,

ପ୍ରକୃତି ରାଣୀ ଦେହର ମୋହ

କିଏ ସେ ପାରେ ଭୁଲି।


ସୂରୁଜ ଉଏ ପୂରୁୁୁବ ଦିଗେ

ହୁଏ ସକାଳ ଆସି,

ଚଳଚଞ୍ଚଳ ମନର ଭାବ

ମିଳେ ଅଧିକା ଖୁୁୁସି।


ଓଡ଼଼ି଼ିଆ ବୀର ଓଡ଼ିଆ ଜାତି

ଟେକ ସବୁରି ଦିଗ,

ନାଚଗୀତର ରଙ୍ଗ ପସରା

ଭାରି ଅଭୁୁୁଲା ରାଗ।


ପାହାଡ଼ ଭରା ସବୁଜ ଭୂଇଁ

ହସୁୁୁଛି ଗଛଲତା,

ନୀଳ ଅକାଶ ଝରଣା ନଈ

ସ୍ମୃତରେ କେତେ କଥା।


ଚାଷୀ ପୁଅର ହଳିିିଆ ଗୀତ

ଶୁଭୁଛି କାନେ କାନେ,

ଖରା ବରଷା କି ଶୀତ ମାଡ଼

ଏବେବି ଅଛି ମନେ।


ପକ୍ଷୀ ବିହାର ଜଳ ଭଣ୍ଡାର

ସତେକି ଏଠି ହୀରା,

ସବୁ ଜୀବଙ୍କୁ ବାନ୍ଧି ରଖୁଛି

ଭାବନା ଡାଳେ ଧରା।


ପାଇକ ବୀର ଏହି ମାଟିରେ

କେତେଯେ ଯୁଦ୍ଧା ପୁଣି,

ଇତିିିହାସର ଅନନ୍ୟ ଚିତ୍ର

ଦେଖିଲେ ହୁଏ ଜାଣି।


ସରୁୁୁନି ଯେତେ କହିଲେ ଏତେ

ସବୁୁୁଠି ସିଏ ଆଗ,

ଗୋଟିଏ ଜାତି କୋଟିିିଏ ପ୍ରେମ

ନାହିଁ କେଉଁଠି ଦାଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational