STORYMIRROR

Prakash Majhi

Abstract

4  

Prakash Majhi

Abstract

ବିପଦ ଯାଉନି ଟଳି

ବିପଦ ଯାଉନି ଟଳି

1 min
373

ଆଜି ଏ ଜୀବନ ନିରାଶ ଯେମିତି

ଘୋଟିଛି ଅନ୍ଧାର ଛାଇ

ସବୁକିଛି ଏଠି ଅଜଣା ଲାଗୁଛି

ଅବାଟରେ ଧାଇଁ ଧାଇଁ।


କିିିଏସେ କାହାର ପାଉଛି ଖବର

ଅଭାବ ସାଜିଛି ଦୁଃଖ,

ସମୟ ଭଉଁରୀ ବଇରୀ ସାଜିିଛି

ଅର୍ଥହୀନ ଯେତେ ସୁଖ।


ଦୂର ଦେଶ ଯାଇ ଭାବିିଥିଲୁ ଦିନେ

ଶାନ୍ତିରେ ରହିିିବୁ ବେଶି,

ଓଲଟ ପାଲଟ ଦିିିନ କେଇଟାରେ

ହଜିଗଲା ସବୁ ଖୁସି।


କୋରୋନା ରଚିଲା ଏମିତି ତାଣ୍ଡବ

ଦେଖାଇ ନିଜର ରୂପ,

ଅଶୁଭ ସଙ୍କେତ ଚାରିଆଡ଼େ ଖାଲି

ଲିିିଭାଏ ଆଶାର ଦ୍ୱୀପ।


ସପନ ଭାଙ୍ଗିଲା ଅସହାୟ ଭାରି

ଛଟପଟ ପ୍ରାଣ ପକ୍ଷୀ,

ଏଘର ସେଘର ସବୁୁୁଠି ବେଦନା

ସରୁନି ଭାବନା ଲେଖି,।


ଦିିିନ ପରେ ଦିିିନ ଗଡ଼ିଲା ସହଳ

ଘାତକ ସାଜିଲା ନିଶା

କିିିଏ ଜାଣିଥିଲା ଏମିତି ଦିନେତ

ହୋଇବ ସବୁରି ଦଶା।


ଅଚିହ୍ନା ଭିଡ଼ରେ ପାଦ ଟଳମଳ

ଦଇବର ଖେଳ ଭାରି

ବିଶ୍ୱାସ ହାତରେ ମରଣର ଜୁଇ

ଦିିିଏ ସବୁୁୁଦିନେ ମାରିି ।


କିଏବା ବୁଝିବ ଆଖିର ଲୁହକୁ

ଅବୁଝା ସାଜିଲେ ମନ

ସବୁଠାରେ ପରା ବନ୍ଦ ଡାକରା

କାହାରବି ନାହିଁ ଚିହ୍ନ।


ବେସାହାରା ସତେ ସହରର ଚିିି୍ତ୍ର

ନୀରବ ଗାଁର ଛବି,

ନାହିଁ ପ୍ରେମଭରା ଆଭାସ ଅନ୍ତରା

କେବେଠୁ ଗଲାଣି ଲିଭି।


ସୂଚନା ଅନେକ ଏଇଠି କେମିତି

ମିିିଳେନାହିଁ ମୂଳ ଅଗ

ସାହାରା ହାତରେ ଅବାଟ ପଥିକ

କେମିତି ଖୋଜିବ ଦିଗ ।


ଅଧୁରା ବୟସ ପାଉନି ସାହାସ

ଦିିିମୁଠା ପାଉଁଶ ହୋଇ,

ଧର୍ଯ୍ୟର ନାହିଁ ସଠିକ୍ ଠିିକଣା

ଆଗକୁ ବଢିବା ପାଇଁ।


ନରମ ଦେହର ଗରମ ଜଞ୍ଜାଳ

ଅଦିନରେ ଯାଏ ଜଳି

ଭୋକିଲା ପେଟର ଅସହ୍ୟ ଯନ୍ତ୍ରଣା

ବିିିପଦ ଯାଉନିି ଟଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract