STORYMIRROR

Prakash Majhi

Others

4  

Prakash Majhi

Others

ମୁଁ ତୁମେ ଓ ସେ

ମୁଁ ତୁମେ ଓ ସେ

1 min
263

ମୁଁ ଏକ ଝରୁଥିବା

ଝରଝର ଲୁହର ନଈ,

ସକାଳରୁ ସଞ୍ଜ

ସଞ୍ଜରୁ ସକାଳ

ନିତି ଝୁରିି ମରେ ତୁମରି ପାଇଁ।


ତୁମେ ସବୁ ଜାଣି ଜାଣି

ଦେଖି ନଦେଖିଲା ପରି ହୁଅ,

ନକହି ନକହି

କେତେ କଥା ମୋତେ କୁହ।


ସେ ହୋଇପାରେ

ଆକାଶ ପୃଥିବୀ

ନହେଲେ ଅନ୍ୟ କେହି

ନିଜଠାରୁ ବି ଭଲପାଏ

ମୋତେ ହୃଦୟ ଦେଇ।


ମୁଁ ତୁମେ ଓ ସେ

ଏ ସଂସାର ଭିତରେ ଅଳ୍ପ କ୍ଷଣ

ମୃତ୍ୟୁ ସବୁରି ଦୁଆରେ

ଭାଙ୍ଗେ ଜୀବନ ରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍