STORYMIRROR

Prakash Majhi

Abstract Fantasy

4  

Prakash Majhi

Abstract Fantasy

ଏଇତ ଜୀବନ

ଏଇତ ଜୀବନ

1 min
414

ଏଇତ ଜୀବନେ ହାରିବା ଜିତିବା

ନିତି ଦିନିଆ ଖେଳ

କିଏ ହସୁୁୁଥାଏ କିିଏ କାନ୍ଦୁୁୁଥାଏ

ସରିଗଲା ପରେ ବେଳ।


ଜନମ ଏଇଠି ମରଣ ଏଇଠି

ଅଭିନୟ ସତ ରେଖା

ନାଟକ ସରିିଲେ କିଏଯେ କାହାର

ଅଲୋଡା ଯେମିତି ଲେଖା।


ଦୁନିଆ କହୁଛି ଜୋର ଯାହାର

ମୂଲକବି ତାର ଧନ

ଏ ସବୁ ଭିିିତରେ ପେଶି ହେଇଯାଏ

ସୁନ୍ଦର କଅଁଳ ମନ।


ଶାନ୍ତ ପ୍ରଦ୍ଵୀପର ଭାବନା ମଣ୍ଡଳ

ଅଧାରୁ ପଡ଼ିଛି ଥକି

ସମୟ ଦୁଆରେ ଅସରନ୍ତିି ଆଶା

କାହାଣୀ କହୁଛି ବାକି ।


ଶୁଣିବ କିିିଏସେ ଅବ୍ୟକ୍ତ ବେଦନା

ସବୁତ ସ୍ୱାର୍ଥରେ ଅନ୍ଧ,

ରାଜା ପାଳୁଥାଏ ଖୁୁସିିିର ପରବ

ପ୍ରଜାକୁ ନିଅଣ୍ଟ କାନ୍ଧ ।


ବିଶ୍ୱାସ ଭିତରେ ନିଷ୍ଫଳ ପ୍ରୟାସ

ଅଦେଖା ଜହ୍ନର ରାତି,

ସ୍ମୃତି ସବୁତକ ପାଉଁଁଶ ଯେମିତି

ବଢାଏ ଆହୁରି ତାତିି।


ଆଜି ଯିଏ ଏଠିି କାଲିକି ନଥିବ

ଲିଭିଯିବ ଦିନେ ଚିହ୍ନ

ଗର୍ବ ଅହଂକାର କ୍ଷଣିଏ ସମାନ

ବୁଝେନି ବାଇୟା ମନ।


ସମ୍ପର୍କର ଡୋରି ଅଡୁୁଆ ସୂତାରେ

ବିନା ଭାବନାରେ ବନ୍ଧା,

କଳ୍ପନାର ସେତୁ ଅଧାଭଙ୍ଗା ଦେଲେ

ସବୁକିଛି ଏଠିି ମାନ୍ଦା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract