STORYMIRROR

Prakash Majhi

Classics Fantasy Inspirational

3  

Prakash Majhi

Classics Fantasy Inspirational

ବାପା

ବାପା

1 min
265

ଯାହାଙ୍କ ପାଇଁ ଏ ଜୀବନ ଆରମ୍ଭ

କୋଟିଏରୁ ଗୋଟେ ରୂପ

ସୀମାହୀନ ସିଏ ଅପୂର୍ବ ସାଗର

ଆଲୋକର ଭାବ ଦୀପ।


ପ୍ରତିିପାଦେ ତାଙ୍କ ପ୍ରେମର ଆଭାସ

ନୂତନ ଦିିିଗନ୍ତ ଛବି

ଖୁସିରେ ଜୀବନ୍ତ ଆଶାର ପୃଥିବୀ

ଆକାଶେ ଯେସନେ ରବି।


ଫୁଲପରି ସ୍ନେହ କୋମଳ ହୃଦୟ

ସବୁୁୁଠି ତାଙ୍କରି ଚିହ୍ନ

ଅଫେରା  ବାଟର ମୁୁୁକଶାଖି ପରି

ବୁଝେଇ ଦିଅନ୍ତି ମନ।


ଯେତେଅଳିି ସବୁ ତାଙ୍କରି ପାଖରେ

ସବୁ ପଡ଼ିଯାଏ ଚିହ୍ନା

ଯାହା ଆବଶ୍ୟକ କରନ୍ତି ପୁୁୁରଣ

କେବେ କରନ୍ତିନି ମନା ।


 ନିିିିଜେ ଜଳିଜଳି ଖୁସିର ସପନ

ଏମିିିତି ଦିଅନ୍ତି ବୁଣି,

ବହୁମୂଲ୍ୟ ତାଙ୍କ ଶ୍ରମର ପ୍ରଦାନ 

ହିସାବ ହୁଏନି ଗଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics