STORYMIRROR

Binata Mohanta

Drama Action Classics

4  

Binata Mohanta

Drama Action Classics

ଶକ୍ତିମୟୀ ଦୁର୍ଗା

ଶକ୍ତିମୟୀ ଦୁର୍ଗା

1 min
357

ତ୍ରେତା ଯୁଗ କଥା

ଯୁଦ୍ଧରେ ବିଜୟ ନିମନ୍ତେ

ରାମଚନ୍ଦ୍ର ମାତା ଦୁର୍ଗା ଙ୍କୁ

କରନ୍ତି ସ୍ମରଣ ଓ ବନ୍ଦନା

ମାତାଙ୍କ ଆଶୀର୍ବାଦ ହୁଏ ପ୍ରାପ୍ତ

କରନ୍ତି ରାବଣଙ୍କୁ ପରାସ୍ତ ।।


ରାମଚନ୍ଦ୍ର ଲଭନ୍ତି ବିଜୟ

ଅସୁର ରାଜା ଓ ସୈନ୍ୟଙ୍କର

ଯୁଦ୍ଧରେ ହୁଏ ପରାଜୟ

ତେଣୁ ଆଶ୍ଵିନ ମାସ ଶୁକ୍ଳପକ୍ଷ ଦିନ

ମହା ଆଡ଼ମ୍ବରରେ କରିଥାଉ

ବିଜୟା ଦଶମୀ ପାଳନ ।।


ପୁରାଣରେ ଅଛିଯାହା ବର୍ଣ୍ଣିତ 

ମହିଷାସୁର କୁ କରି ନିହତ

ରାକ୍ଷସ ସେନା କୁ କରି ନିପାତ

ଜଗତ ବାସୀଙ୍କୁ କଲେ ଉଦ୍ଧାର

ତେଣୁ ସେ ଧରାପୃଷ୍ଠେ

ମହିଷ ମର୍ଦ୍ଦନୀ ନାମେ ନାମିତ ।।


ଅପାର ଶକ୍ତିର ସେ ସ୍ୱରୂପା

ଅଟେ ସେ ହୁଁ ସିଂହ ବାହିନୀ

ଅଟଇ ଦୁର୍ଗତି ନାଶିନୀ

କରୁ ସବୁ ବିପଦୁ ସଂହାର

ଶକ୍ତି ବଳେ ସର୍ବଦା ତୋର ଜୟ

ଶକ୍ତିମୟୀ ମାତାଙ୍କର ଏହି ପରିଚୟ ।।


ସହରଠାରୁ ପୁରପଲ୍ଲୀ ଯାଏଁ

ଏ ସମାରୋହ ପାଳନ୍ତି ସଭିଏଁ

ଭକ୍ତିପୂତ ଭାବେ କରୁ ପୂଜାର୍ଚ୍ଚନା 

ଆସେ ଯେବେ ବିଜୟା ଦଶମୀ ଦିନ

ସମସ୍ତ ବିଧି ନିୟମ ହୁଏ ସମାପନ

ଶକ୍ତିମୟୀ ଦୁର୍ଗାଙ୍କର ହୁଏ ବିସର୍ଜନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama