Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

PRAMOD KUMAR SAHOO

Abstract Drama

4  

PRAMOD KUMAR SAHOO

Abstract Drama

ବଦଳିଲାଣି ମୋ ଗାଁ

ବଦଳିଲାଣି ମୋ ଗାଁ

1 min
321


ନାହିଁ ଆମ୍ବତୋଟା ଖଜୁରି ପଣସ 

    ନାହିଁ ଆଗଭଳି ବଣ, 

ଖାଁ ଖାଁ ଲାଗେ ଝାର ବଣ ଆମ 

   ନାହିଁଁ ଆଉ ସେହି ଟାଣ ।

ବିଲରେ କଲେଣିି  ଘର ଢିହ ବାରି 

   ଚାଷ ପାଇଁ ଜାଗା ନାହିଁ , 

ସମସ୍ତେ ରହିଲେ ମାରବଲ ଘରେ 

   ଲାଉ ଡଙ୍କ ପିଢା କାହିଁ ।

ଗାଢିଆକୁ ପୋତି କ୍ଲବ୍ ଘର ହୁଏ 

   ମିିିିିିଳୁନି ଗାଢିଆ ମାଛ, 

ଆଉ ଶୁଭୁନାହି ମଲ୍ଲି ମାଆ ଡାକ 

   ଆସ କିଏ ନବ ମାଛ ।

ରାତି ଚାରିଟାରୁ  ଶୁୁୁୁଭୁନାହି ଆଉ 

     ଢିିିଙ୍କି କୁଟା ଚୂଡା ଶବ୍ଦ,

ପବିିିିତର ପାଣି ଦାଣ୍ଡ ଝାଡୁକରା  

    ହୋଇଗଲା ସବୁ ସ୍ତଦ୍ଦ ।

ପୂଜା ପର୍ବ ପାଇଁ ପଇଡ ଆସୁଛି 

   ମାର୍କେଟରୁ କିଣା ହୋଇ, 

 ଫୁୁଲଗଛ ପାାଇଁ ଜାାଗାଆଉ କାହିଁ 

    ଯାଇଛି ଙ୍କକ୍ରିିିିଟ୍ ହୋଇ ।

ନାହିଁ ଆଗଭଳି  ମୋ ଗାଁ ଭୁଇଁ 

   ବଦଳିଗଲାଣି ଏବେ, 

 କରିବ କମେଣ୍ଟ୍ ତୁମର ପସନ୍ଦ୍ 

   ଏବେକାର ନାଆ ସେବେ । 



Rate this content
Log in