ମନେ ପଡ
ମନେ ପଡ
ମନେ ମନ ହୋଇ ରହି ଯାଏ କାହିଁ
ସ୍ମୃତି ଅଭୁଲାର ହୋଇ,
ସମୟ କି ବୁଝେ ମନର ସ୍ତାଣୁ କୁ
ବହି ଯାଏ ଝଡ ହୋଇ ।
ଆପଣଙ୍କ ପରି ପ୍ରତିଭା ପୁରୁଷ
ଦେଖିନାହିଁ କାହୁଁ କେବେ,
ଅଳପ ଦେଖାରେ ବହୁ ଜାଣିଗଲି
ଆକାଂକ୍ଷାର ଉଚ୍ଚ ରବେ ।
କରିବାକୁ ଥିଲା ଭାବନାରୁ ଉଚ୍ଚ
ସମୟ ସାଜିଲା କାଳ,
ଭବ୍ୟ ଆଶା ରଖ ନିର୍ମଳ ମନରେ
ଫେରିବ ହଜିଲା ବେଳ ।
ଆପଣଙ୍କ କର୍ମ କଥା କୁହା ଶୈଳୀ
ଭୁଲିବିନି ଜୀବନରେ,
ଏକଲବ୍ୟ ତୁଲ୍ୟ ସ୍ମରିବି ସର୍ବଦା
ଜାରି ରଖି ଆଦର୍ଶରେ ।
