STORYMIRROR

PRAMOD KUMAR SAHOO

Drama

3  

PRAMOD KUMAR SAHOO

Drama

ଓଡ଼ିଆ ଗଲାଣି ହଜି

ଓଡ଼ିଆ ଗଲାଣି ହଜି

1 min
180

ମମି ଡାଡ୍ ଡାକ  କମନ୍ ହେଲାଣି

    ବୋଉ ମିଠା ଡାକ କାହିଁ,

ଓଡିଆ ଖାଦ୍ୟକୁ   ଖାଉଛି ବା କିଏ

    ପିଜା ବରଗର ପାଇଁ ।

ଓଡିଆ ଭାଷାଟି  କେଡେ ମଧୁର ଯେ

    ଭାବ ପୂଣ୍ଣେ ଜିଣେ ମନ,

ଆଜିର ସମୟେ  ଓଡ଼ିଆ କହିଲେ

    ଅଟେ ପରା ସିଏ ନ୍ୟନ ।

ମାତୃଭୂମି ମାତୃ   ଭାଷାର ମମତା

    ଯା ହୃଦେ ଜନମି ନାହିଁ,

ସେହି ପରା ଅଟେ   ଅଗାଧିକ ଗ୍ୟାନି

    ବିଜେତା ସର୍ବଦା ସେହି ।

ଓଡିଆ ସଂସ୍କୃତି     ଚୁଲିକୁ ଗଲାଣି

   ଆଧୁନିକ ଯୁଗ ପାଇଁ,

ଚୂଲି ଚାଳ ଢିଙ୍କି    ହାଣ୍ଡିଶାଳ ନିତୀ

    ଆଉ ଦେଖାଯାଏ ନାହିଁ ।

ଭଲ ଲାଗେ ନାହିଁ   ଆରିସା କାକରା

    ପୋଡ଼ ,ହାତ ଗଢା ଲଡୁ,

ଇଂଲିସ ଖାଦ୍ୟକୁ  ଆଦରିଲେ ସବୁ

     ଖାଇଲେଣି ଫାଷ୍ଟ୍ ଫୁଡୁ ।

ବାଗୁଡି ଖେଳକୁ  କିଏ ପଚାରୁଛି 

     ଗୁଲି ଦଣ୍ଡା କିତିକିତି, 

ଅନ୍ଲାଇନ୍ ଗେମ୍ ସବୁରି ଭରସା 

    ନାହିଁ ଓଡ଼ିଆ ର ଭିତ୍ତି ।


Rate this content
Log in

Similar oriya poem from Drama