Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRAMOD KUMAR SAHOO

Romance Others

4  

PRAMOD KUMAR SAHOO

Romance Others

ତୁମ ବିନା ସାଥି

ତୁମ ବିନା ସାଥି

1 min
198


ତୁମ ବିନା ସାଥି ପାହାନ୍ତା ଭୁଲିଛି

   ରାତି ରାତି ଉଜାଗର,

ଭ୍ରାନ୍ତ ପ୍ରେମ କେବେ ବୁଝିବ ବନ୍ଧୁତ୍ୱ

   ଭ୍ରାନ୍ତ ଆଶେ ଆଖି ଠାର ।

ମନ ପ୍ରଜାପତି ଉଡେ ଗଗନରେ

   ତୁମ ସ୍ପର୍ଶ ଟିକେ ପାଇଁ,

ହୃଦୟ ତବଲା ଆହ ନିଶି ବାଜେ

    ଝୁମି ଝୁମି ଗୀତ ଗାଇ ।

ଚକ୍ଷୁ ମନ୍ଦାକିନୀ ଚାହିଁ ଚାହିଁ ରହେ,

    ଆଗୋ ଚଲାପଥ ତୁମ,

ଖୁସିର ସମୟ ପାଏନାହିଁ ଯେହୁଁ

    ନେଇଯାଏ ଦୁଃଖ ନାମ ।

ତୁମ ବିନା ସାଥି ଅଲୋଡା ଭବିଷ୍ୟ

   ଅତିରର ସୁଖେ ଦୁଃଖ,

 ସ୍ମୃତି ଗଣ୍ଠିଲିଟି ରହିଛି ରହିବ

    ଥିବା ଯାଏ ତୁମ ଶୋକ ।


Rate this content
Log in

Similar oriya poem from Romance