Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRAMOD KUMAR SAHOO

Others

3  

PRAMOD KUMAR SAHOO

Others

ରାକ୍ଷୀ କାନ୍ଦୁଛି

ରାକ୍ଷୀ କାନ୍ଦୁଛି

1 min
168


ଭଉଣୀ ହାତରୁ  ରାକ୍ଷୀ ବାନ୍ଧି ସାରି

   ଉପହାର ଦେବା ଲାଗି, 

ଭାଇ ପଚାରୁଛି  ଭଉଣୀକୁ ତା'ର 

   କହ ଯଲ୍ଦି ବେଗି ବେଗି ।

ଭଉଣୀ କହୁଛି  କଥା ଦିଏ ଭାଇ 

   ବାପା ମାଆଙ୍କୁ ଆମର, 

ବୁଦ୍ଧାଶ୍ରମ ରେ ତୁ   ଛାଡିବୁନି କେବେ 

  ରଖିବୁ କରି ନିଜର ।

ଭାଇକି ଛାଡିବ  ଭଉଣୀ କୁ ତା'ର 

   କହିଲା ଉତ୍ତର ଦେଇ, 

ଯଦି ତୋ ସଂସାର   ଏକାଠି ରହିଲେ 

   ରଖିବି ତୋ କଥା ଯାଇଁ ।

ରାକ୍ଷୀ ର ଆଖିରୁ   ପାଣି ଆସିଗଲା 

   ଶୁଣି ଦୁହିଁଙ୍କର କଥା, 

ଏକି କଥାଟିକୁ   ସଭିଏଁ ପାଳିଲେ 

    ରହିବନି ଆଉ ବ୍ୟଥା ।

         


Rate this content
Log in