ଶୀତ ସକାଳ
ଶୀତ ସକାଳ
ବାଟ ବଣା ହୋଇ ଶୀତ,
ଦିଗ ଭୁଲି ହୋଇ ଭିତ ।
ନିଦାଘର ଠେଲା ପେଲାକୁ,
ଦେଖ ଜାଜାବର ଝୁଲାକୁ ।
ଅନ୍ଧାର ଅନ୍ଧାର କୁହୁଡି ,
ବାଟ ବଣା ହୁଏ ବିହୁଡି ।
ଦାନ୍ତକୁ ଦାନ୍ତରେ ବାଡେଇ
ଚାଦର କୁ ଦେହେ ଘୋଡେ଼ଇ ।
କାଠି କୁଟା ଜାଳି ସଭିଏଁ,
ହାତକୁ ନିଆଁ ରେ ଶେକ ହେ ।
ସକାଳ ର ଖରା ପାଇଁକି,
ଦାଣ୍ଡ ପିଣ୍ଡା ଯାଉ ଧାଇଁକି ।
ହଳଦି ବସନ୍ତ ଦେଖିକି,
ଶୁଭ ହେଵ ମନେ ଚିନ୍ତିକି ।
ଖରା ଖଟି ହୁଏ ମଜାରେ,
ଚାଆ ପିଆ ତାହା ସାଙ୍ଗରେ ।
ଏମିତି କଟଇ ସକାଳ,
ଜଣା ପଡେ ନାହିଁ ବେଏଳ ।
ଏବେ କାହିଁ ଆଉ ସେ ଦିନ,
ଖୋଜିଲେ ପାଉନି ମୋ ମନ ।।